ଭାଗ୍ୟ ବଦଳାଇବ ଗୁଡ଼

ରୋଷେଇ ଘରେ ଏପରି କେତେକ ଜିନିଷ ରହିଛି ଯାହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିବା ସହ ଜୀବନରେ ମଧ୍ୟ ଖୁସି ଭରି ଦେଇଥାଏ । ଏହାର ମହତ୍ତ୍ୱ ଖାଦ୍ୟ ସହ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ରହିଛି । ସେଭଳି ଜିନିଷ ମଧ୍ୟରୁ ଗୋଟିଏ ହେଉଛି ଗୁଡ । ଗୁଡର ମିଠାଳିଆ ସ୍ୱାଦ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହ ଏହା ସହ ଜଡିତ କିଛି ସହଜ ଉପାୟ ଆପଣାଇବା ଦ୍ୱାରା ଜୀବନରେ ହସଖୁସି ଭରିବା ସହ ଆର୍ଥିକ କ୍ଷେତ୍ରରେ ଖୁବ ଲାଭ ମିଳିଥାଏ । ଧନ ଓ ସୁଖସମ୍ପତ୍ତି ବୃଦ୍ଧି ହୋଇଥାଏ ।

ଅନେକ ଦିନ ଯାଏଁ ଟଙ୍କାପଇସା ଜନିତ ସମସ୍ୟା ସହ ଅଭାବ ଲାଗି ରହିଥିଲେ, ଗୁଡର ଏକ ଛୋଟ ଖଣ୍ଡ ନେଇ ଲାଲ କପଡାରେ ବାନ୍ଧି ଦିଅନ୍ତୁ । ଏହାସହ ଏକ ଟଙ୍କା ମଧ୍ୟ ରଖନ୍ତୁ । ଏହାକୁ ପୂଜା ଘରେ ମା’ଲକ୍ଷ୍ମୀଙ୍କ ନିକଟରେ ରଖନ୍ତୁ । ଖୁବ ଶୁଭଫଳ ମିଳିବ ।

କରଜ ଜନିତ ସମସ୍ୟା ଲାଗି ରହୁଥିଲେ ଏହା ଦୂର ପାଇଁ ୭ଟି ଖଣ୍ଡ ହଳଦୀ ସହ ଏକ ଛୋଟ ଖଣ୍ଡ ଗୁଡ ରଖନ୍ତୁ । ଏହି ସସସ୍ତ ଜିନିଷକୁ ଏକ ହଳଦିଆ କପଡାରେ ବାନ୍ଧି ଗୁରୁବାର ଦିନ ଧନ ରଖିବା ସ୍ଥାନରେ ରଖନ୍ତୁ । ୨୧ ଦିନ ପରେ ଏହାକୁ ନଦୀରେ ଭସାଇ ଦିଅନ୍ତୁ । ଏହା ଦ୍ୱାରା ବ୍ୟବସାୟରେ ଲାଭ ସହ କରଜ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଗୁରୁବାର ଦିନ ଗାଈଙ୍କୁ ଚଣା ଓ ଗୁଡ ଖାଇବାକୁ ଦିଅନ୍ତୁ । ଏହାଦ୍ୱାରା ଧନବୃଦ୍ଧି ହୋଇଥାଏ ।

ବହୁ ଚେଷ୍ଟା ପରେ ମଧ୍ୟ କର୍ମକ୍ଷେତ୍ରରେ ନିଯୁକ୍ତିରେ ବିଳମ୍ବ ହେଉଥିଲେ, ସଫଳତା ମିଳିପାରୁ ନଥିଲେ ନିୟମିତ ସକାଳ ସମୟରେ ପ୍ରଥମ ରୁଟି ଗାଈଙ୍କୁ ଗୁଡ ସହ ଖାଇବାକୁ ଦିଅନ୍ତୁ । ପ୍ରତ୍ୟେକ ଦିନ ଏପରି କରିବା ଦ୍ୱାରା ସଫଳତା ମିଳିଥାଏ ।

ବିବାହରେ ବିଳମ୍ବ ହେଉଥିଲେ,ଅଟା ଗୁଳାରେ ଗୁଡ ଓ ହଳଦୀ ମିଶାଇ ଘିଅ ଲଗାଇ ଗାଈଙ୍କୁ ପ୍ରତ୍ୟେକ ଗୁରୁବାର ଖାଇବାକୁ ଦିଅନ୍ତୁ । ୭ଟି ଗୁରୁବାର ଏପରି କରିବା ଦ୍ୱାରା ଏହି ସମସ୍ୟା ଦୂର ହେବ ।

Spread the love