ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟିର ଅନୁମାନ

ଭୁବନେଶ୍ବର: ପୁଣି ଆଉ ଏକ ବାତ୍ୟା ଭୟ।  ଆସନ୍ତା ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି । ହେଲେ ବର୍ତ୍ତମାନ ବାତ୍ୟାକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ଆସିନାହିଁ ।
ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ପାଗ ବଦଳିବା ସମ୍ଭାବନା ରହିଛି। ସୃଷ୍ଟି ହେବାକୁ ଥିବା ବାତ୍ୟାକୁ ନେଇ ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଜିଏଫଏସ, ଇସିଏମଡବ୍ଲୁଏଫ, ଆଇଏମଡି ଜିଏଫଏସ ମଡେଲ ଅନୁସାରେ ଆସନ୍ତା ୨୦ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଅଛି । ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ । ହେଲେ ଏହାର ଗତିପଥ ଓ ତୀବ୍ରତା କିଛି ଜଣାପଡ଼ିନାହିଁ । ଧୀରେ ଧୀରେ ବାତ୍ୟାର ସ୍ପଷ୍ଟ ଚିତ୍ର ଆସିବ ।

Spread the love