କଳାପାହାଡଙ୍କୁ ଖୁସି କରିବାକୁ ଦିନରେ ଲଣ୍ଠନ ଦେଖାଉଛନ୍ତି ମୁଖ୍ୟ ଶାସନ ସଚିବ: ବିଜେପି

ଗତକାଲି ମୁଖ୍ୟ ଶାସନ ସଚିବ ରକେଟ ବେଗରେ ଫାଇଲ ଦୌଡିବ ଆଉ ଏଣିକି ସରକାରୀ ଦପ୍ତରରେ ଫାଇଲ ଅଟକିବନି ବୋଲି କହିଥିଲେ । ଏହା ଏକ ସ୍ୱାଗତ ଯୋଗ୍ୟ କଥା । କିନ୍ତୁ ପ୍ରଶ୍ନ ଉଠୁଛି ଗୃହ ବିଭାଗରେ ଦୀର୍ଘ ଦିନ ଧରି ଦାୟୀତ୍ୱ ନିର୍ବାହ କରିବା ସମୟରେ କିଏ ଓ କାହିଁକି ମନା କରିଥିଲା ଫାଇଲକୁ ରକେଟ ଗତିରେ ଦୌଡାଇବା ପାଇଁ ବୋଲି ରାଜ୍ୟ କାର୍ଯ୍ୟାଳୟ ଠାରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକମହାପାତ୍ର ।  କୁନ୍ଦୁଲି ଗଣଦୁର୍ଷ୍କମ ମାମଲା ଯେଉଁଥିରେ ପିଡିତା ଆତ୍ମହତ୍ୟା କରିଥିବା ସ୍ୱତେ ବି ଏପର୍ଯ୍ୟନ୍ତ ଦୋଷୀ ଧରାପଡିଲା ନାହିଁ । ପିପିଲି ଘଟଣାରେ ରାଜ୍ୟ କ୍ରାଇମବ୍ରାଂଚ ଏପରି ତଦନ୍ତ କରିଲା ଓ ଗୃହ ବିଭାଗ ଏପରି ଭାବେ ମାମଲା ଲଢିଲା ଯେ ଶେଷରେ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ ହୋଇଗଲେ । ଗତ ୨୦ ବର୍ଷ ଧରି ଯେଉଁ ବାବୁମାନେ ପୂର୍ବରୁ ମୁଖ୍ୟ ଶାସନ ସଚିବ ଥିଲେ ଫାଇଲକୁ ଦୌଉଡାଇବା କିଏ ମନା କରିଥିଲା? ମୁଖ୍ୟ ଶାସନ ସଚିବଙ୍କ ଏଭଳି ମନ୍ତବ୍ୟ ଦେଖିଲା ପରେ କେତୋଟି ପ୍ରଶ୍ନ ମନକୁ ଆସୁଛି l

ତାଙ୍କ କଳାପାହାଡ ବସ୍ ଙ୍କୁ ଖୁସି କରିବା ପାଇଁ ଏପରି ବୟାନ ଦେଇଛନ୍ତି କି? ଗତକାଲି ଯେଉଁ ପୁଞ୍ଜି ବିନିଯୋଗ ଫାଇଲକୁ ଆମେ କ୍ଲିଅର କଲୁ ଘୋଷଣା କରିଛନ୍ତି ତାହା ଖାଲି ଜମି ଦେବାରେ ରାଜ୍ୟ ସରକାରଙ୍କୁ ଲାଗିଗଲା ୩ ବର୍ଷ ଉର୍ଦ୍ଧ ସମୟ । ରାଜ୍ୟ ସରକାରଙ୍କ ଫାଇଲ କାହା ପାଖରେ ଅଟକେ କିଏ ସେହି ଫାଇଲକୁ ଅନୁମୋଦନ କରନ୍ତି ତାହା ସମସ୍ତେ ଜାଣନ୍ତି ।
ଗୋପାଳପୁର-ଦିଘା କୋଷ୍ଟାଲ ହାଇୱ ଆଜି ପର୍ଯ୍ୟନ୍ତ ପଡିକି ରହିଛି । ଲୋକଙ୍କର ଭବିଷ୍ୟତ ନାଲି ଫିତା ତଳେ ପଡିକି ରହିଛି । ନିଜେ ମୁଖ୍ୟ ଶାସନ ସଚିବ ଏକ ଲମ୍ବା ସମୟ ଧରି ଗୃହ ବିଭାଗର ସଚିବ ଥିଲେ । ସେତେବେଳେ ଗୃହ ବିଭାଗରେ ଫାଇଲ କଣ ରକେଟ ଭଳି ଦୌଡୁଥିଲା କି? ଯଦି କେଉଁଠି ଫାଇଲ ବେଶି ଅଟକେ ତାହା ହେଉଛି ଗୃହ ବିଭାଗ । ଏହାଦ୍ୱାରା ଓଡିଶାବାସୀଙ୍କର ସମାଧାନ ହୋଇପାରିବ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । କଳାପାହାଡଙ୍କୁ ଖୁସି କରିବାକୁ ରାଜ୍ୟବାସୀଙ୍କୁ ପୁଣି ଦିନରେ ଲଣ୍ଠନ ଦେଖାଉଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟ ସରକାର
ଏହା ଆଉ ଏକ ନୂଆ ମିଛ କାହାଣୀ । ନିଜେ ମୁଖ୍ୟ ଶାସନ ସଚିବ ବି ଜାଣନ୍ତି ସେ ମୁଖ୍ୟ ଶାସନ ସଚିବ ହେଲା ପରେ ବି ଫାଇଲ ସବୁକୁ ତୃତୀୟ ମହଲାର ସେ କଳାପାହାଡଙ୍କୁ ଦେଖାଇବାକୁ ବାଧ୍ୟ । ସାରା ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ବଡିଚାଇିଛି । ଗତ ପାଚଂ ବର୍ଷରେ ମହିଳା ଏବଂ ବିଶେଷ କରି ନାବାଳିକାମାନଙ୍କୁ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ବଡିଛି । ଯାହା ଓଡିଶାବାସୀଙ୍କୁ ସାରା ଦେଶରେ ଲଜ୍ଜିତ କରିଛି । ରାଜ୍ୟରେ ରାଜନୈତିକ ହିଂସା ବଢିଚାଲିଛି । ଗତ ୨୦୧୯ ସାଧାରଣ ନିର୍ବାଚନ ବେଳେ ବି ଶାସକ ଦଳର ଗୁଣ୍ଡାରାଜ, ଜବରଦସ୍ତ ବୁଥ ଜବର ଦଖଲ ସାଧାରଣ ଲୋକ ଦେଖିଛନ୍ତି । ସେତେବେଳେ ମୁଖ୍ୟ ଶାସନ ସଚିବ ନିଜେ ଗୃହ ବିଭାଗର ସଚିବ ଥିଲେ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

Spread the love