କାଶ୍ମୀରରେ ବଦଳିଲା ଋତୁ, ବରଫରେ ଢାଙ୍କି ହେଲା ଗୁଲମର୍ଗ ସମେତ ଉପତ୍ୟାକା, ସ୍କି ର ମଜା ନେଉଛନ୍ତି ପର୍ଯ୍ୟଟକ

ଶ୍ରୀନଗର ୬।୧୧: କାଶ୍ମୀରର ଗୁଲମର୍ଗ ସମେତ ଉପତ୍ୟାକାରେ ତାଜା ହୀମପାତ ହୋଇଛି। ତେବେ ସମତଳରେ ବର୍ଷା ହେବା ଯୋଗୁ ଦକ୍ଷିଣ କାଶ୍ମୀର ସୋପିୟାଂ ଜିଲ୍ଲାକୁ ଜମ୍ମୁ କ୍ଷେତ୍ରର ପୁଞ୍ଛ ଓ ରାଜୌରୀ ଜିଲ୍ଲାକୁ ସଂଯୁକ୍ତ କରୁଥିବା ମୋଗଲ ସଡ଼କ ବନ୍ଦ ହୋଇଯାଇଛି। ଶ୍ରୀନଗର ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟାରେ ହାଲୁକାରୁ ମଧ୍ୟମ ବର୍ଷା ଓ ଆଗାମୀ ଦୁଇ ଦିନରେ ବର୍ଷା ଏବଂ ହୀମପାତରେ ହ୍ରାସ ଆସିପାରେ ବୋଲି ଆକଳନ କରିଛନ୍ତି।

ଦକ୍ଷିଣ କାଶ୍ମୀରର ସୋପିୟାଂ ଜିଲ୍ଲା ଜମ୍ମୁ କ୍ଷେତ୍ରକୁ ପୁଞ୍ଛ ଓ ରାଜୌରୀ ଜିଲ୍ଲାକୁ ସଂଯୁକ୍ତ କରୁଥିବା ପାରମ୍ପରିକ ମୁଗଲ ରୋଡକୁ ରବିବାର ପୀର କି ଗଲିରେ ତାଜା ହୀମପାତ ଯୋଗୁ ବନ୍ଦ କରାଯାଇଛି। ସେହିପରି କେନ୍ଦ୍ର ଶାସିତ ପ୍ରଦେଶ ଲଦ୍ଦାଖକୁ ସଂଯୁକ୍ତ କରୁଥିବା ଶ୍ରୀନଗର-ସୋନମର୍ଗ-ଗୁମରୀ (ଏସଏସଜି) ମାର୍ଗକୁ ଜୋଜିଲା ପାସ୍ ନିକଟରେ ହୀମପାତ ଯୋଗୁ ବନ୍ଦ  କରାଯାଇଛି। ତେବେ ଯାତାୟାତ ପୋଲିସ ଟ୍ୱିଟ୍‌ ଅନୁସାରେ ଶ୍ରୀନଗର-ଜମ୍ମୁ ଜାତୀୟ ରାଜମାର୍ଗରେ ନିୟମିତ ଯାତାୟାତ ଜାରି ରହିଛି।

ଉତ୍ତର କାଶ୍ମୀରର ପ୍ରଶିଦ୍ଧ ସ୍କି ରିଜର୍ଟରେ ହାଲୁକା ହୀମପାତ ପର୍ଯ୍ୟଟକଙ୍କ ବେଶ ଆମୋଦିତ କରିଛି। ତାଜା ବରଫ ଉପରେ ପର୍ଯ୍ୟଟକ ସ୍କିର ମଜା ନେଉଛନ୍ତି। ହୀମପାତ ଯୋଗୁ ତାପମାତ୍ରାରେ ହ୍ରାସ ଦେଖାଯାଇଛି। ରବିବାର ଗୁଲମର୍ଗ କାଶ୍ମୀରର ସବୁଠୁ ଥଣ୍ଡାସ୍ଥାନ ପାଲଟିଛି। ତାପମାତ୍ରା ଶୁନରୁ ୩.୬ ଡିଗ୍ରି ତଳକୁ ଖସିଛି। ଏହି ସମୟରେ ୧୬.୮ ମିଲିମିଟର ବର୍ଷା ମଧ୍ୟ ରେକର୍ଡ ହୋଇଛି। ଜମ୍ମୁ-କାଶ୍ମୀରର ଅଧିକାଂଶ ସ୍ଥାନରେ ମଧ୍ୟରାତ୍ରରୁ ବର୍ଷା ଲାଗି ରହିଛି।

Spread the love