ଲୋକଙ୍କ ବିଶ୍ୱାସ : ଗୁଣିଆ ସାଜିଛି ଡାକ୍ତର

ସ୍ୱାଧୀନତାକୁ 78ବର୍ଷ ପୁରିଛି. ସବୁ ଆଡ଼େ ଉନତି ହୋଇଛି ବୋଲି ରାଜ୍ୟ ସାରା ହୁରି ପଢିଛି. କିନ୍ତୁ ଆଜି ଲୋକେ ଅନ୍ଧାର ଭିତରେ ଅଛନ୍ତି. ସରକାର ଗରିବଙ୍କ ପାଇଁ ସ୍ୱାସ୍ଥ୍ୟ କାର୍ଡ କରିଛନ୍ତି କିନ୍ତୁ ତାହା ଲୋକଙ୍କ ପାଖରେ ପହଁଚୁ ନାହିଁ.

ସୂଚନା ଥାଉକି, କଟୁରିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହାନ୍ତି ଡାକ୍ତର, ରୋଗୀଙ୍କୁ ଭରସା ଗୁଣିଆ । ଜ୍ୱର, ଥଣ୍ଡା ସହ ପ୍ରସବ ପାଇଁ ମଧ୍ୟ ଗୁଣିଆ ଡକରା ପଡ଼ୁଛି ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଲାବନ୍ୟଦେଇପୁର ପଞ୍ଚାୟତ ଅଧିନ କାଟୁରିଆ ଗ୍ରାମର ଧନଚତୁରି ସାହିରେ । ପ୍ରଶାସନର ଅବହେଳା ଯୋଗୁଁ କାଟୁରିଆ ମେଡିକାଲରେ ଡାକ୍ତର ରହୁନାହାନ୍ତି। ଦେହ ଖରାପ ହେଲେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ । ଯାହାର ଫାଇଦା ଉଠାଉଛନ୍ତି ସାନ୍ତାଳୀ ଆଦିବାସୀ ସମ୍ପ୍ରଦାୟର ଗୁଣି ଗାରେଡି କରୁଥିବା ଲୋକ । ଯାହାକୁ ନେଇ ପ୍ରଶାସନର ଘୋର ଅବହେଳା ଅଭିଯୋଗ କରିଛନ୍ତି ଧନଚତୁରି ଗ୍ରାମବାସୀ ।ସରକାର ଯଦି ଏଇ ଆଦିବାସୀ ଅଞ୍ଚଳରେ ଥିବା କାଟୁରିଆ ମେଡିକାଲ ର ସୁବ୍ୟବସ୍ଥା କରନ୍ତି ତେବେ ଆଗାମୀ ଦିନରେ ଅନ୍ଧ ଵିଶ୍ଵାସ ଠାରୁ ଦୂରରେ ରହିବେ ଗ୍ରାମବାସୀ ଏଥିରେ ତିଲେମାତ୍ର ସନ୍ଦେହ ନାହିଁ।

Spread the love