ଗୁପଚୁପ୍ ବ୍ୟାନ, କେଉଁଠି?

ଡେସ୍କ: ନେପାଳ କାଠମାଣ୍ଡୁର ଲଲିତପୁର ମହାନଗର ନିଗମରେ ହଇଜା ବୃଦ୍ଧି ପାଉଥିବାରୁ ସେଠାକାର ପ୍ରଶାସନ ପକ୍ଷରୁ ଗୁପଚୁପ୍ ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଛି। କାଠମାଣ୍ଡୁର ଅଧିକାଂଶ ଅଂଚଳରେ ଗୁପଚୁପ୍ ଷ୍ଟଲ ଦେଖିବାକୁ ମିଳେ ଓ ସେଠାରେ ସମସ୍ତ ବୟସ ବର୍ଗର ଲୋକଙ୍କ ମଧ୍ୟରେ ଏହା ପ୍ରିୟ।ତେବେ ପ୍ରଶାସନର ଏଭଳି ନିଷେଧାଦେଶକୁ ସେଠାକାର କିଛି ଲୋକ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ ପ୍ରଶାସନ ପ୍ରଥମେ ଗୁପଚୁପ୍ ପ୍ରସ୍ତୁତି ଓ ସେଥିରେ ବ୍ୟବହୃତ ହେଉଥିବା ପାଣିର ଯାଞ୍ଚ କରିବା ଆବଶ୍ୟକ। ଗୁପଚୁପ୍ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ହଜାର ହଜାର ଲୋକଙ୍କୁ ଏହା ପ୍ରଭାବିତ କରିବା ସହ ଅର୍ଥନୀତିରେ ବାଧା ସୃଷ୍ଟି କରିବ। ସ୍ୱାସ୍ଥ୍ୟ ସେବା ବିଭାଗର ସୂଚନା ଅନୁଯାୟୀ, କାଠମାଣ୍ଡୁ ଉପତ୍ୟକାର ୧୨ ଜଣ ଲୋକ ହଇଜା ରୋଗରେ ଆକ୍ରାନ୍ତ ହୋଇଥିବା ନିଶ୍ଚିତ ହୋଇଛି।

Spread the love