ଜ୍ଞାନଦୀପ ମସଜିଦରୁ ସର୍ଭେ ବେଳେ ଠାବ କରିଥିଲା ପ୍ରଶାସନ ଶିବଲିଙ୍ଗ

ନୂଆଦିଲ୍ଲୀ :  ବାରଣାସୀର ଜ୍ଞାନବାପୀ ମସଜିଦରେ ଚାଲିଥିବା ସର୍ଭେ କାମ ଶେଷ ବେଳେ ମସଜିଦରୁ ଏକ ଶିବ ଲିଙ୍ଗ ମିଳିଥିବା ହିନ୍ଦୁ ପକ୍ଷ ଦାବି କରୁଛନ୍ତି । ଏହାପରେ କୋର୍ଟ ମଧ୍ୟ ସଂପୃକ୍ତ ସ୍ଥାନକୁ ସିଲ୍ କରିବା ସହ ସାଧାରଣ ଚଳପ୍ରଚଳ ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହାସହ ଏଠାରେ ମାତ୍ର ୨୦ଜଣଙ୍କୁ ନମାଜ ପାଇଁ ଅନୁମତି ମିଳିଛି ।ଏସବୁ ଘଟଣା ମଧ୍ୟରେ ଏବେ ମସଜିଦରୁ ମିଳିଥିବା ଶିବଲିଙ୍ଗର ଫଟୋ ସାମ୍ନାକୁ ଆସିଛି ।  ଫଟୋରେ ଏକ କୂଅ ମଧ୍ୟରେ ଶିବଲିଙ୍ଗ ଥିବା ଦେଖିବାକୁ ମିଳିଛି ।ସର୍ଭେ ପାଇଁ ଆସିଥିଲା ଟିମ୍ କୂଅରେ ଭିଡିଓଗ୍ରାଫୀ କରିବା ପାଇଁ ଓ୍ୱାଟରପ୍ରୁଫ୍ କ୍ୟାମେରା ପକାଇଥିଲେ । ବିଭିନ୍ନ ସ୍ଥାନର ଭିଡିଓଗ୍ରାଫି ହୋଇଥିଲା । ସବୁ ପ୍ରମାଣ ଆଜି କୋର୍ଟରେ ପ୍ରଦାନ କରାଯିବ ।ହିନ୍ଦୁ ପକ୍ଷର ଓକିଲ ମହନ ମୋହନ ଯାଦବଙ୍କ କହିବାନୁସାରେ, କୂଅରେ ୧୨ ଫୁଟ ୮ ଇଞ୍ଚର ଏକ ଶିବଲିଙ୍ଗ ରହିଛି । ନନ୍ଦୀ ମୂର୍ତ୍ତି ସମ୍ମୁଖରେ ଶିବଲିଙ୍ଗ ରହିଛି । ପାଣି ବାହାର କରିବା ପରେ ଏହା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା । ଶିବଲିଙ୍ଗ ମିଳିବା ପରେ ଉପସ୍ଥିତ ଲୋକେ ହରହର ମହାଦେବ ନାରା ଦେଇଥିଲେ ।ତେବେ ମୁସଲିମ ପକ୍ଷ ଶିବଲିଙ୍ଗ ମିଳିଥିବା ଦାବିକୁ ଖାରଜ କରିଛି । ଏହି ସବୁ ବିବାଦ ମଧ୍ୟରେ ମାମଲା ସୁପ୍ରିମକୋର୍ଟରେ ପହଁଚିଛି । ଯାହା ଆଜି ଶୁଣାଣି ହେବ ।

Spread the love