କ୍ରୀଡ଼ାକୁ ପ୍ରୋତ୍ସାହିତ କରିବ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ,ଓଡ଼ିଶାରେ ପ୍ରତିଷ୍ଠା ହେବ ଜିମ୍ନାଷ୍ଟିକ୍‌ସ ହାଇ ପରଫର୍ମାନ୍‌ସ ସେଣ୍ଟର

ଜାପାନର କ୍ୟୋଟୋରେ ମୁଖ୍ୟମନ୍ତ୍ରୀଙ୍କ ରାଉଣ୍ଡଟେବୁଲ ଆଲୋଚନା। ପର୍ଯ୍ୟଟନ ଓ କ୍ରୀଡ଼ା କ୍ଷେତ୍ରରେ ନିବେଶ ସୁଯୋଗ ଉପରେ ହେଲା ଆଲୋଚନା। ଏହି ବୈଠକରେ ଓଡ଼ିଶା ପ୍ରତିନିଧିଙ୍କ ସହ ଭାଗ ନେଇଥିଲେ ଜାପାନର ଟୁର, ହସ୍ପିଟାଲିଟି ସେକ୍ଟରର ପ୍ରତିନିଧି ଓ ବିଭିନ୍ନ କ୍ରୀଡ଼ା ଆସୋସିଏସନ ପ୍ରତିନିଧି। ଜାପାନରୁ କେବଳ ଶିଳ୍ପ ନୁହଁ କ୍ରୀଡ଼ା ପାଇଁ ମଧ୍ୟ ଆସିଛି ଖୁସି ଖବର।

ଓଡ଼ିଶାରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କେବଳ ଶିଳ୍ପରେ ନିବେଶ କରିବ ନାହିଁ, ରାଜ୍ୟର କ୍ରୀଡ଼ାକୁ ମଧ୍ୟ ପ୍ରୋତ୍ସାହିତ କରିବ। ଓଡ଼ିଶାରେ ପ୍ରତିଷ୍ଠା ହେବ ଜିମ୍ନାଷ୍ଟିକ୍‌ସ ହାଇ ପରଫର୍ମାନ୍‌ସ ସେଣ୍ଟର ଓ ଟ୍ରେନିଂ ସେଣ୍ଟର। ଏଥିଲାଗି ଜାପାନର କ୍ୟୋଟୋରେ ରାଜ୍ୟ ସରକାର ଓ ଆର୍ସଲର ମିତ୍ତଲ ନିପ୍ପନ ଷ୍ଟିଲ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ୍‌ସ ହାଇପରଫର୍ମାନ୍‌ସ ସେଣ୍ଟର ପ୍ରତିଷ୍ଠା ହେବାକୁ ଥିବା ବେଳେ ପୁରୀ, ରାଉରକେଲା ଓ ଜୟପୁରରେ ପ୍ରତିଷ୍ଠା ହେବ ଟ୍ରେନିଂ ସେଣ୍ଟର।

କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତି ନେଇ ଜାପାନ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶେଷ କରି ହକି କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇଥିଲେ। ସୁନ୍ଦରଗଡ଼ରେ ବିଶ୍ୱର ସର୍ବବୃହତ୍ତ ବିର୍ସାମୁଣ୍ଡ ହକି ଷ୍ଟାଡିୟମ କିଭଳି ୧୫ ମାସରେ ନିର୍ମାଣ କରାଗଲା ସେ ବିଷୟରେ ଅବଗତ କରାଇଥିଲେ।

Spread the love