ଏଚ୍୩ଏନ୨ ଭୂତାଣୁ : ମହାରାଷ୍ଟ୍ରରେ ସର୍ବାଧୀକ ମାମଲା ଚିହ୍ନଟ, ପଡୁଚେରୀରେ ସ୍କୁଲ ଛୁଟି ଘୋଷଣା କଲା ପ୍ରଶାସନ

କରୋନା ପରେ ଏବେ ଏଚ୍୩ଏନ୨ ଭାଇରସକୁ ନେଇ ଚିନ୍ତା ବଢିବାରେ ଲାଗିଛି । ଏହି ନୂଆ ଭାଇରସ୍ କାରଣରୁ ଏବେଯାଏଁ ୯ଜଣଙ୍କ ଜୀବନ ଚାଲିଗଲାଣି । ସାରା ଦେଶରେ ଏହି ଭୂତାଣୁକୁ ନେଇ ଚିନ୍ତା ବଢୁଥିବା ବେଳେ ମହାରାଷ୍ଟ୍ରରୁ ସର୍ବଧିକ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ଏବେ ଯାଏଁ ରାଜ୍ୟରେ ପାଖାପାଖି ୩୫୨ଟି ମାମଲା ସାମ୍ନାକୁ ଆସିଛି ।

ଅନ୍ୟପଟେ ପଡୁଚେରୀରେ ଭୂତାଣୁ ଆତଙ୍କରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଦିଆଯାଇଛି । ଆସନ୍ତା ୧୬ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ମିଡିଆ ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରର ଅହମ୍ମଦାବାଦରେ ମେଡିକାଲ ପାଠ ପଢୁଥିବା ଜଣେ ଛାତ୍ର ତାଙ୍କ ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିଲେ । ଫେରିବା ପରେ ସେ ଅଚାନକ ଅସୁସ୍ଥ ହୋଇପଡିଥିଲେ । ପରେ ତାଙ୍କର ଟେଷ୍ଟ୍ କରିବାରୁ ଜଣାପଡିଥିଲା ସେ କୋଭିଡ୍-୧୯ ଏବଂ ଏଚ୍୩ଏନ୨ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ହସ୍ପିଟାଲରେ ଚିକିତ୍ସା ଚାଲୁଥିବା ଅବସ୍ଥାରେ ଗତ ସୋମବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ନୂଆ ଭୂତାଣୁ ଏଚ୍୩ଏନ୨କୁ ନେଇ ଚିନ୍ତା ବଢିଯାଇଛି ।

ତେବେ ଏହି ଭାଇରସକୁ ନେଇ ଅନେକ ରାଜ୍ୟ ସଚେତନ ହୋଇଯାଇଛନ୍ତି । ଦିଲ୍ଲୀରେ ସମସ୍ତ ହସ୍ପିଟାଲକୁ ଆଲର୍ଟ ରହିବାକୁ କୁହାଯାଇଛି ।

Spread the love