ହାବିଲଦାର ସ୍ୱାମୀଙ୍କ ନାଁରେ ପରକିଆ ପ୍ରୀତି ଅଭିଯୋଗ ଆଣିଲେ ସ୍ତ୍ରୀ

କଟକ ୧୭/୦୭: ଜିଆରପି ହାବିଲଦାରଙ୍କ ନାଁରେ ପରକୀୟା ପ୍ରୀତିର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ  ସ୍ତ୍ରୀ, ରବିବାର  ଏନେଇ ପୀଡ଼ିତା ଜଣକ ଡିଜିପିଙ୍କ ପାଖରେ  ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ  ଅନୁସାରେ ୨୦୦୭ ରେ ମୁସଲିମ ରୀତିନୀତି ଅନୁଯାୟୀ ଉଭୟଙ୍କ ବିବାହ ହୋଇଥିଲା। ତାଙ୍କର  ୩ଟି ଝିଅ ଅଛନ୍ତି। କିନ୍ତୁ ୨୦୨୦ ପରଠାରୁ ସ୍ଵାମୀ କୁଦରତ୍ ଅଲି ଖାଁ ଆଉଜଣେ ମହିଳା କନଷ୍ଟେବଳଙ୍କ ସହ ଅନୈତିକ ସମ୍ପର୍କରେ ଅଛନ୍ତି।

ଏ ବିଷୟରେ ପୀଡ଼ିତା ଏସପିଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ। ପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ୩ ଥର କାଉନସେଲିଂ ମଧ୍ୟ ହୋଇଛି। ହେଲେ ପରକୀୟା ପ୍ରୀତିରେ ଲିପ୍ତ ଥିବା ସ୍ୱାମୀ କୁଦରତ ସେହି କୁକର୍ମରୁ ନାହାନ୍ତି। ଝିଅମାନଙ୍କ ଲାଳନ ପାଳନ ପାଇଁ କୁଦରତ୍ ଧ୍ୟାନ ନଦେବା , ବିବାହିତା ପତ୍ନୀଙ୍କୁ ଅବହେଳା କରିବା ଭଳି ଅଭିଯୋଗ ଆଣି ଆଜି ପୀଡ଼ିତା ମହିଳା ଜଣକ ପୁଲିସ ମୁଖିଆଙ୍କ ନିକଟରେ ଅଭିଯୋଗ କରିଛନ୍ତି।  

Spread the love