ହେୟାର୍‌ ବୋଟୋକ୍ସ କରାଉଥିଲେ କେତୋଟି କଥା ଜାଣନ୍ତୁ

ବର୍ତ୍ତମାନ ଅଧିକାଂଶ ବିଶେଷକରି ଯୁବପିଢ଼ି ନିଜକୁ ସୁନ୍ଦର କରିବା ଲାଗି ବୋଟୋକ୍ସ ଟ୍ରିଟ୍‌ମେଣ୍ଟ କରାଉଥିବା ଦେଖିବାକୁ ମିଳୁଛି, ଯେଉଁଥିରୁ ବାଦ୍‌ପଡ଼ିନି କେଶ। ତେବେ ଚନ୍ଦାପଣ, କେଶ ଝଡ଼ିବା ଅବା ପାଚିବା ସମସ୍ୟାରୁ ମୁକ୍ତି ପାଇବା ଲାଗି ଆପଣବି ହେୟାର୍‌ ବୋଟୋକ୍ସ କରାଉଥିଲେ କେତୋଟି କଥା ଜାଣିରଖନ୍ତୁ….

ହେୟାର ବୋଟୋକ୍ସ ଏବଂ ଡିପ୍‌ କଣ୍ଡିସନିଂ ଟ୍ରିଟମେଣ୍ଟ, ଯଦ୍ଦ୍ବାରା କେଶ ହେଲ୍‌ଦି ରହିବା ସହ ସାଇନିଂ କରିଥାଏ। ଏହି ଟ୍ରିଟ୍‌ମେଣ୍ଟ ଦ୍ୱାରା ଡ୍ୟାମେଜ୍‌ କେଶ ରିପେୟାର ହେବା ସହ କିଛି ମାତ୍ରାରେ ଷ୍ଟ୍ରେଟ୍‌ ମଧ୍ୟ ହୋଇଯାଏ।

ଏହି ଟ୍ରିଟ୍‌ମେଣ୍ଟରେ ପ୍ରୋଟିନ୍‌, ବଣ୍ଟ-ଏଲ୍‌ ପେପ୍ଟାଇଡ୍‌, ଆମିନୋ ଏସିଡ୍‌, ଭିଟାମିନ୍‌ ବି୫, ଇ, କୋଲାଜେନ୍‌ କମ୍ପାଉଣ୍ଡସ୍‌, ଲିପିଡ୍ସ ଆଦିକୁ ବ୍ୟବହାର କରି କେଶରେ ଲଗାଯାଇଥାଏ।

ଏହା ଏକ ସେମି-ପର୍ମାନେଟ୍‌ ଟ୍ରିଟ୍‌ମେଣ୍ଟ ଅର୍ଥାତ୍‌ ଏହାକୁ ଏକ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ କରାଇଲେ ବେଷ୍ଟ ରେଜଲ୍ଟ ମିଳିଥାଏ। ଏହି ଟ୍ରିଟ୍‌ମେଣ୍ଟ କରାଯିବାର ୨ରୁ ୪ମାସ ପର୍ଯ୍ୟନ୍ତ କେଶ ସାଇନିଂ କରିଥାଏ।

କେଶ ରୁକ୍ଷ ଦେଖାଯାଉଥିଲେ, ଅଗ ଫାଟୁଥିଲେ(ସ୍ପ୍ଲିଟ୍‌ ଏଣ୍ଡ) କିମ୍ବା ପ୍ରଦୂଷଣ ଯୋଗୁ ଝଡୁଥିଲେ ହେୟାର ବୋଟୋକ୍ସ ଆପଣଙ୍କ ପାଇଁ ଲାଭପ୍ରଦ ହୋଇପାରେ। ତେବେ ଏହି ଟ୍ରିଟ୍‌ମେଣ୍ଟ ପରେ ସଲ୍‌ଫେଟ୍‌ ଓ ସିଲିକନ୍‌ଯୁକ୍ତ ଶାମ୍ପୁ ବ୍ୟବହାର କରନ୍ତୁ।

ଡ୍ରାଏନେସ୍‌ ଦୂରେଇବା ପାଇଁ ସପ୍ତାହକୁ ଥରେ ଡିପ୍‌ କଣ୍ଡିସନର ହେୟାର ମାସ୍କ ଲଗାଇବାକୁ ଭୁଲନ୍ତୁ ନାହିଁ।

ବାହାରକୁ ଯିବା ପୂର୍ବରୁ ସ୍କାର୍ଫ ବ୍ୟବହାର କରନ୍ତୁ।

ବୋଟୋକ୍ସ ଟ୍ରିଟ୍‌ମେଣ୍ଟ କରାଇଥିଲେ ହେୟାର ଷ୍ଟାଇଲିଂ ପାଇଁ ହିଟ୍‌ ଟ୍ରିଟ୍‌ମେଣ୍ଟ କରନ୍ତୁ ନାହିଁ।ଯେହେତୁ ଏହା କେମିକାଲ୍‌ଯୁକ୍ତ ଟ୍ରିଟ୍‌ମେଣ୍ଟ, ତେଣୁ ବେଳେବେଳେ ଟ୍ରିଟ୍‌ମେଣ୍ଟ ଚାଲିଥିବା ସମୟରେ ସ୍କାଲପ୍‌ କୁଣ୍ଡାଇ ହୋଇଥାଏ କିମ୍ବା ଆଲର୍ଜି ହୋଇ ଫଳିଯିବାର ମଧ୍ୟ ଆଶଙ୍କା ଥାଏ। ତେଣୁ ଟ୍ରିଟ୍‌ମେଣ୍ଟ ବେଳେ ଏହି କେମିକାଲ୍‌ ଯେପରି ଆପଣଙ୍କ ଦେହରେ ନ ଲାଗେ, ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ।

Spread the love