କେଶକୁ ଘନ ଏବଂ ଚମକଦାର କରି ରୂପି ଦୂର କରିବ ବିଟ୍‌, ଥରେ ଏପରି ବ୍ୟବହରର କରି ଦେଖନ୍ତୁ

ଲମ୍ବା ଏବଂ ଘନ କେଶ ସମସ୍ତେ ଚାହାଁନ୍ତି । କିନ୍ତୁ ଅନେକ ଥର ଏମିତି ହୋଇଥାଏ ଯେ ଖରାପ ଲାଇଫଷ୍ଟାଇଲ କାରଣରୁ ଆମ କେଶ କମ୍‌ ବୟସରେ ହିଁ ଝଡିବାକୁ ଲାଗୁଛି। ସେହିପରି କମ୍‌ ବୟସରେ କେଶ ଧଳା ହେଉଥିବା ସମସ୍ୟାକୁ ବି ସାମ୍ନା କରୁଛନ୍ତି ଲୋକେ। ଆଉ ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଲୋକମାନେ କେମିକାଲର ବ୍ୟବହାର କରନ୍ତି। କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ମହଙ୍ଗା କେମିକାଲ ଯୁକ୍ତ ପ୍ରଡକ୍ଟ ଫାଇଦା ବଦଳରେ କେଶକୁ ଆହୁରି ଅଧିକ କ୍ଷତି ପହଁଚାଇଥାଏ। ଏମିତି ପରିସ୍ଥିତିରେ ଆପଣଙ୍କୁ ବହୁତ ମାତ୍ରାରେ ସାହାଯ୍ୟ କରିବ ବିଟ୍‌। ଆପଣ ତ ଜାଣିଥିବେ ବିଟ୍‌ ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ। ତାସହିତ ଆପଣଙ୍କ କେଶର ଅନେକ ବଡ ବଡ ସମସ୍ୟାକୁ ବି ଦୂର କରିବାରେ ସାହାଯ୍ୟ କରିବ ବିଟରୁଟ୍‌। ଆଜ୍ଞା ହଁ ଏହା ସାହାଯ୍ୟରେ ଆପଣ କେଶରୁ ରୂପି ବା ଡ୍ୟାନଡ୍ରଫକୁ ବି ହଟାଇପାରିବେ। ତାହେଲେ ଆସନ୍ତୁ ଜାଣିବା ବିଟର ବ୍ୟବହାର ଆପଣ କେମିତି କରିବେ?

ବିଟ୍‌ ଏବଂ ଲିମ୍ବର ମିଶ୍ରଣ

ରୂପି ସମସ୍ୟା ରହିଲେ ଏହା କେଶକୁ ସବୁଠାରୁ ଅଧିକ କ୍ଷତି ପହଁଚାଇଥାଏ। ଡେନଡ୍ରଫ କାରଣରୁ କେଶ ଝଡିବାକୁ ଲାଗିଥାଏ। ଏହାଠାରୁ ମୁକ୍ତି ପାଇବା ପାଇଁ ବିଟ୍‌ ଏବଂ ଲିମ୍ବର ମିଶ୍ରଣ ପ୍ରସ୍ତୁତ କରିପାରିବେ। ସର୍ବପ୍ରଥମେ ଆପଣ ଲିମ୍ବର କିଛି ପତ୍ରକୁ ପାଣିରେ ଫୁଟାଇ ଏହାକୁ ଛାଣି ଏଥିରେ ଲିମ୍ବ ତେଲରର ୮ ରୁ ୧୦ ବୁନ୍ଦା ମିଶାଇ ଦିଅନ୍ତୁ। ଏବେ ଏଥିରେ ବିଟକୁ ମିଶାଇ ୨୦-୨୫ ମିନିଟ୍‌ ରଖନ୍ତୁ। ଏବେ ଏହାକୁ ଛାଣି ଅଲଗା ରଖିଦିଅନ୍ତୁ ଏବଂ ଏହି ପାଣିରେ କେଶକୁ ଧୁଅନ୍ତୁ।

ବିଟ୍‌ ଜୁସ୍‌ ପିଅନ୍ତୁ

ବିଟ୍‌ ଦ୍ୱାରା ଯଦି କେଶର ଗ୍ରୋଥ୍‌ ଚାହୁଁଛନ୍ତି ତାହେଲେ ସବୁଠାରୁ ସରଳ ଏବଂ ସହଜ ଉପାୟ ହେଉଛି ଆପଣ ବିଟ୍‌ ଜୁସ୍‌ ସେବନ କରନ୍ତୁ। ଏହା ଆପଣଙ୍କ ଶରୀରରେ ହିମୋଗ୍ଲୋବିନ ମାତ୍ରାକୁ ବୃଦ୍ଧି କରିବ ତାସହିତ କେଶକୁ ଚମକଦାର ବି ବନାଇବ। ଏହାର ପୋଷଣକୁ ବଢ଼ାଇବା ପାଇଁ ଏଥିରେ ଅଁଳା ଏବଂ ଗାଜରକୁ ବି ମିକ୍ସ କରିପାରିବେ। ଯଦି ଆପଣ ଚାହିଁବେ ତ ଏଥିରେ ୨ ରୁ ୩ ଭୃଷଙ୍ଗ ପତ୍ରକୁ ବିି ମିଶାଇ ପାରିବେ।

ନୋଟ : ଏଠାରେ ଦିଆଯାଇଥିବା ସୂଚନା ସାମାନ୍ୟ ସୂଚନା ଉପରେ ଆଧାରିତ। ଏହାକୁ ଯଦି ଆପଣ ଆପଣାଇବାକୁ ଚାହୁଁଛନ୍ତି ତାହେଲେ ପ୍ରଥମେ ଆପଣ ଥରେ ଡାକ୍ତରଙ୍କ ସହ ନିଶ୍ଚୟ ପରାମର୍ଶ ନେଇଯାନ୍ତୁ।

Spread the love