ହଳଦୀ ଫେସ୍‌ ପ୍ୟାକ୍‌

ହଳଦୀ ଆମ ସ୍ବାସ୍ଥ୍ୟ ଓ ସ୍କିନ୍‌ ଦୁଇଟି ପାଇଁ ବହୁ ଅଧିକ ଜରୁରୀ। ଏହାକୁ ଖାଇବା ଏବଂ ଫେସ୍‌ପ୍ୟାକ୍‌ ରୂପେ ବ୍ୟବହାର କରିବା ଦ୍ୱାରା ତ୍ୱଚା ସଫା, ଦାଗହୀନ ତ୍ୱଚା ଆପଣ ପାଇ ପାରିବେ। ଏହା ବ୍ୟତୀତ ହଳଦୀ ଫେସ୍‌ପ୍ୟାକ୍‌ ଲଗାଇବା ଦ୍ୱାରା କେତେକ ଫାଇଦା ମଧ୍ୟ ରହିଛି। ଜାଣନ୍ତୁ ଏହାର ଫାଇଦା ବିଷୟରେ…

ଷ୍ଟ୍ରେଚ୍‌ ମାର୍କ: ଷ୍ଟ୍ରେଚ୍‌ ମାର୍କ ଦୂର କରିବାକୁ ହେଲେ ହଳଦୀ ଔଷଧ ପରି କାମ କରିଥାଏ। ଏହି ଦାଗ ଦୂର କରିବାକୁ ହେଲେ ହଳଦୀ, କେସର ସହିତ ଲେମ୍ବୁ ପକାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଷ୍ଟ୍ରେଚ୍‌ ମାର୍କ ହୋଇଥିବା ସ୍ଥାନରେ ୨୦ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ଏହା ଶୁଖିଗଲା ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ। କିଛି ଦିନ ପର୍ଯ୍ୟନ୍ତ ଏପରି କରିବା ଦ୍ୱାରା ଷ୍ଟ୍ରେଚ୍‌ ମାର୍କ ଦାଗ ଦୂରହୋଇଯିବ।
ବ୍ରଣ ସମସ୍ୟା: ମୁଖ ବ୍ରଣ ସମସ୍ୟା ଥିଲେ ଏଥିପାଇଁ ଚନ୍ଦନ, ହଳଦୀ, କ୍ଷୀର ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍‌କୁ ମୁହଁ, ବେକରେ ଲଗାନ୍ତୁ। ୧୫-୨୦ମିନିଟ୍‌ ପରେ ପ୍ୟାକ୍‌କୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ୨-୩ ଦିନ ପର୍ଯ୍ୟନ୍ତ ଏପରି କଲେ ମୁଖବ୍ରଣ ମୂଳରୁ ସଫା ହୋଇଯିବ। ଫଳରେ କୌଣସି ଦାଗ ବି ରହିବନାହିଁ।
ଦୂରିହେବ ରିଙ୍କଲ୍ସ: ବୟସ ବଢ଼ିଲେ ରିଙ୍କଲ୍ସ ଦେଖାଯିବା ଏକ ସାଧାରଣ କଥା। ବେଳେବେଳେ ଦେଖାଯାଏ ଯଦି ଖାଦ୍ୟପେୟରେ ଅନିୟମିତତା ଦେଖାଯାଏ ତେବେ ଏହା ରିଙ୍କଲ୍ସର କାରଣ ମଧ୍ୟ ହୋଇପାରେ। ଏଥିରୁ ରକ୍ଷା ପାଇବାକୁ ହେଲେ ମହୁ ସହିତ ହଳଦୀ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟ ପ୍ରସ୍ତୁତ କରିବାକୁ ହେଲେ ୩ ଚାମଚ ହଳଦୀ ସହିତ ୧ ଚାମଚ ମହୁ ମିଶାନ୍ତୁ। ରିଙ୍କଲ୍ସରୁ ରକ୍ଷାପାଇବାକୁ ହେଲେ ଏଥିରେ ଅଳ୍ପ ପରିମାଣରେ ଲେମ୍ବୁ ରସ ମିଶାନ୍ତୁ। ଏବେ ଏହି ପେଷ୍ଟକୁ ମୁହଁ ଓ ବେକରେ ଲଗାନ୍ତୁ। ଏବେ ଏହାକୁ ୧୫-୨୦ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖିବା ପରେ ଏହାକୁ ନଖ ଉଷୁମ ପାଣିରେ ଭଲଭାବେ ଧୋଇ ଦିଅନ୍ତୁ।
ଦାଗ ଦୂରହେବ: ହଳଦୀ ଶରୀରରେ ଲଗାଇବା ଦ୍ୱାରା ଦାଗ ଦୂର ହୋଇଥାଏ। ଏଥିସହିତ ହଳଦୀ ଫେସ୍‌ପ୍ୟାକ୍‌ ପ୍ରତିଦିନ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ସଫା ଦେଖାଯାଏ ଏବଂ ଦାଗ ଦୂର ହୋଇଥାଏ। ଏଥିପାଇଁ ଆପଣ ଅଳ୍ପ ହଳଦୀ ସହିତ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଅନ୍ତତଃ ସପ୍ତାହରେ ୨ଥର ଳଗାଇଲେ ଦେଖିବେ ଆପଣଙ୍କ ତ୍ୱଚାରେ କୌଣସି ଦାଗ ରହିବନାହିଁ।

Spread the love