ଇସ୍ରୋ ମୁଖ୍ୟଙ୍କ ଘୋଷଣା: ଜୁଲାଇରେ ଲଞ୍ଚ ହେବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ : ଜୁଲାଇରେ ଚନ୍ଦ୍ରାୟନ -୩ । ଜୁଲାଇ ୧୨ ରୁ ୧୯ ଭିତରେ ଲଞ୍ଚ ହେବ ଭାରତର ମୁନ ମିଶନ ଚନ୍ଦ୍ରାୟନ – ୩ । ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ। ନିର୍ଦ୍ଦିଷ୍ଟ ତାରିଖ କିଛି ଦିନ ପରେ ଘୋଷଣା ହେବ ବୋଲି ସେ କହିଛନ୍ତି । ତେବେ ଜୁଲାଇ ୧୩ ତାରିଖ ଦିନ ୨ଟା ୩୦ ସମୟରେ ଲଞ୍ଚ ହେବ ବୋଲି ଜଣାପଡ଼ିଛି।
ଲଞ୍ଚ ଭେହିକିଲର ଏକ ଫଟୋ ଜାରି କରିଛି ଇସ୍ରୋ। Mark- III ଲଞ୍ଚ ଭେହିକିଲ ଯୋଗେ ଶ୍ରୀହରିକୋଟ୍ଟା ସତୀଶ ଧାଓ୍ଵନ ସ୍ପେସ ସେଣ୍ଟରରୁ ଲଞ୍ଚ୍‌ ହେବ ଚନ୍ଦ୍ରାୟନ-୩ ସ୍ପେସକ୍ରାଫ୍ଟ। ଯାନର ପରୀକ୍ଷଣ ସରି ଯାଇଛି। ଲ୍ୟାଣ୍ଡର ଓ ରୋଭରକୁ ନେଇ ଚନ୍ଦ୍ର ଅଭିମୁଖେ ବାହାରିବ ଚନ୍ଦ୍ରାୟନ-୩।

ତେବେ ପୂର୍ବଥର ଭଳି ଏଥର ବିକ୍ରମ ଲ୍ୟାଣ୍ଡର ସହ ଯାହା ହୋଇଥିଲା ତାହା ଏଥର ହେବ ନାହିଁ ବୋଲି କହିଥିଲେ ଇସ୍ରୋ ମୁଖ୍ୟ। କାରଣ ଏଥର ଚନ୍ଦ୍ରଯାନ-୩ ଲ୍ୟାଣ୍ଡରର ଲ୍ୟାଣ୍ଡିଂ ଟେକନିକ୍‌ରେ ପରିବର୍ତ୍ତନ କରାଯାଇଛି। ଚନ୍ଦ୍ରଯାନ-୨ରେ ହୋଇଥିବା ତ୍ରୁଟି ଚନ୍ଦ୍ରଯାନ-୩ରେ ଦେଖିବାକୁ ମିଳିବ ନାହିଁ । ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ଟେକନିକକୁ ନୂଆ ପ୍ରଣାଳୀରେ ପ୍ରସ୍ତୁତ କରାଯାଇଛି । ଚନ୍ଦ୍ରଯାନ-୩ ମିଶନରେ ଇସ୍ରୋ କେବଳ ଲ୍ୟାଣ୍ଡର ଓ ରୋଭର ପଠାଉଛି । ଚନ୍ଦ୍ର ଚାରିପଟେ ଚକ୍କର ଲଗାଉଥିବା ଚନ୍ଦ୍ରଯାନ-୨ର ଆର୍ବିଟରରୁ ଲ୍ୟାଣ୍ଡର-ରୋଭରର ସମ୍ପର୍କ ଯୋଡ଼ାଯିବ । ଏହି ସ୍ପେସକ୍ରାଫ୍ଟର ଅଧିକାଂଶ ପ୍ରୋଗ୍ରାମ ପୂର୍ବରୁ ଅଟୋମେଟିକ ରହିଛି । ସେଥିରେ ଶତାଧିକ ସେନସର୍ସ ଲାଗିଛି, ଯାହାକି ଏହାର ଲ୍ୟାଣ୍ଡିଂ ଓ ଅନ୍ୟ କାର୍ଯ୍ୟରେ ସହାୟତା କରିବ ।

Spread the love