Happy New Year ମେସେଜକୁ ସାବଧାନ! ଲିଙ୍କ୍ କ୍ଲିକ୍ କଲେ ହୋଇଯିବ ଆକାଉଣ୍ଟ ଖାଲି

ରାତି ୧୨ ଟା ଠାରୁ ଫୋନରେ ଘନ ଘନ ଆସିବାରେ ଲାଗିଛି ନୂଆ ବର୍ଷର ଶୁଭେଚ୍ଛା ଆଉ ଅନେକ ଅଫର୍ ମେସେଜ୍ । ହେଲେ ହ୍ବାଟ୍ସଆପରେ ସବୁ ନ୍ୟୁ ଇଅର ମେସେଜ୍ ପ୍ରକୃତରେ ବାର୍ତ୍ତା ହୋଇନପାରେ । ସବୁ ମେସେଜ୍ ଶୁଭକାମନାର ମେସେଜ୍ ହୋଇନଥାଏ । ଆଜିକାଲି ନୂଆ ବର୍ଷ ଆଳରେ ମେସେଜ୍ ପଠାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସାଇବର ଠକ। ଆଖି ପିଛୁଳାକେ କରିଦେବେ ଆକାଉଣ୍ଟ ଖାଲି । ତେଣୁ ଏନେଇ ଏକ ସ୍ବତନ୍ତ୍ର ସର୍କୁଲାର ଜାରି କରି ଲୋକଙ୍କୁ ସଚେତନ କରିଛି ହାଇଦ୍ରାବାଦ୍ ପୁଲିସ ଏବଂ ତେଲେଙ୍ଗାନା ସାଇବର ସିକ୍ୟୁରିଟି ବ୍ୟୁରୋ । ସାଇବର କ୍ରାଇମ୍ ଅଧିକାରୀଙ୍କ ମୁତାବକ, ହାପି ନ୍ୟୁ ଇଅର ମେସେଜ୍ ହ୍ବାଟ୍ସଆପରେ ଡିଜିଟାଲ କାର୍ଡ ସହ ଆସୁଛି । କିମ୍ବା ଏହା ହାପି ନ୍ୟୁଇଅର ରିୱାର୍ଡ ନାଁରେ ଆସିପାରେ । ଏଥିରେ ଫେଷ୍ଟିଭାଲ ଶୁଭକାମନାର ଟୋନ୍ ବି ଥିବ । ସାଦାସିଧା ଲୋକ ଏଥିରେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରିବା ମାତେ ମେସେଜରେ ରିୱାର୍ଡ କ୍ଲେମ୍ କରିବାକୁ ଏକ ଅପ୍ସନ ଆସିବ । ଏହାପରେ ଜରୁରୀ ତଥ୍ୟ ଏପରିକି ବ୍ୟାଙ୍କ ର ପୁରା ଡାଟା ବି ଉଲ୍ଲେଖ କରିବାକୁ ଅପ୍ସନ ଆସିବ । ଆଉ ଏତକ କରିଦେବା ପରେ ସାଇେବର ଲୁଟେରା ତାଙ୍କ କାମ କରିବା ଆରମ୍ଭ କରିଦିଅନ୍ତି ।

ସାଇବର ସ୍କାମର୍ସ ଏଭଳି ଖତରନାକ ଆପ୍ସ ଗୁଡ଼ିକୁ ଇନଷ୍ଟଲ କରିପାରନ୍ତି । ଏହାପରେ ଆପଣଙ୍କ ମୋବାଇଲକୁ ଟେକ ଓଭର୍ କରିବାକୁ ଚେଷ୍ଟା କରିବେ । ଆପଣଙ୍କର ସବୁ ଡିଟେଲ୍ସ ଜାଣି ଆପଣଙ୍କ ବ୍ୟାଙ୍କ ପାସ୍ ୱାର୍ଡକୁ ବି ହ୍ୟାକ କରିନେବେ । ତେଣୁ ଆପଣଙ୍କ ଫୋନରେ ଯଦି ଏଭଳି କିଛି ନୂଆ ବର୍ଷର ଶୁଭେଚ୍ଛା କାର୍ଡ କିମ୍ବା ଅଫର ଲିଙ୍କ ଆସେ କେବେବି ତା ଉପରେ କ୍ଲିକ କରନ୍ତୁ ନାହିଁ । ଯଦି ଏଭଳି କିଛି ଲିଙ୍କ ଆସେ ପ୍ରଥମେ ନିଜ ମୋବାଇଲକୁ ବନ୍ଦ କରି ଇଣ୍ଟରନେଟ୍ ଏବଂ ୱାଇଫାଇ ସବୁ ବନ୍ଦ କରନ୍ତୁ । ଏହାପରେ ତୁରନ୍ତ ସଞ୍ଚାର ସାଥୀ ପୋର୍ଟାଲକୁ ଯାଇ ଅଭିଯୋଗ ଦାଏର କରନ୍ତୁ । ନଚେତ୍ ଆପଣଙ୍କ ଅଜଣାତରେ ରେ ଆପଣଙ୍କ ସବୁ ତଥ୍ୟ ହ୍ୟାକ୍ ହେବା ସହ ଆକାଉଣ୍ଟ ବି ଖାଲି ହୋଇଯାଇଥିବ ।

ଖାଲି ନୂଆ ବର୍ଷ ନୁହେଁ ସାଇବର ଲୁଟେରା ପ୍ରତିଟି ଉତ୍ସବକୁ ଟାର୍ଗେଟ କରିଥାନ୍ତି। ଏବେ ତସରକାର ଯେଉଁ ଯୋଜନା ଆରମ୍ଭ କରୁଛନ୍ତି ତାକୁ ବି ଢାଲ କଲେଣି । ନିକଟରେ ଆପଣ ଖବର ଶୁଣିଥିବେ । ଓଡ଼ିଶା ସରକାର ମହିଳାମାନଙ୍କ ପାଇଁ ଯେଉଁ ସୁଭଦ୍ରା ଯୋଜନା ଆରମ୍ଭ କଲେ ତାକୁ ବି ଟାର୍ଗେଟ କରିଥିଲେ ସାଇବର ଲୁଟେରା । ଏବଂ ଯେତେବେଳେ କେ-ୱାଇସି ଅପଡେଟ୍ କରିବାକୁ ସରକାର ନିୟମ କରିବା ପରେ ଲୋକଙ୍କ ମୋବାଇଲରେ ମେସେଜ୍ ବି ଆସିଥିଲା। ହେଲେ ପ୍ରଥମରୁ ଏଭଳି କିଛି ଖବର ପୁଲିସ ପାଖରେ ପହଞ୍ଚିବା ପରେ ସମସ୍ତେ ଆଲର୍ଟ ହୋଇଥିଲେ ।

Spread the love