କର୍ମଚାରୀଙ୍କ ପାଇଁ ଖୁସି ଖବର ମିଳିପାରେ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର ମିଳିପାରେ। ଆସନ୍ତା ହୋଲି ପୂର୍ବରୁ କେନ୍ଦ୍ର ସରକାର ସେମାନଙ୍କୁ ବର୍ଦ୍ଧିତ ହାରରେ ମହଙ୍ଗା ଭତ୍ତା ଦେବାକୁ ପ୍ରସ୍ତୁତ ହେଉଥିବାରୁ ଏହା ସେମାନଙ୍କ ପାଇଁ ଖୁସି ଆଣିପାରେ । ବର୍ତ୍ତମାନ କେନ୍ଦ୍ର କର୍ମଚାରୀମାନେ ୩୧ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଉଛନ୍ତି। କିନ୍ତୁ ଉପଭୋକ୍ତା ମୂଲ୍ୟସୂଚୀ ଅନୁଯାୟୀ ସେମାନେ ଆଉ ୩ ପ୍ରତିଶତ ଅଧିକ ଅର୍ଥାତ୍ ୩୪ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ଗତ ଜାନୁଆରୀ ପହିଲାରୁ ପାଇବାକୁ ଯୋଗ୍ୟ ହୋଇଥିବା ଆକଳନ କରାଯାଉଛି। ଫଳରେ ମାର୍ଚ୍ଚ ମାସରେ ସେମାନଙ୍କୁ ପିଛିଲା ଆକାରରେ ବର୍ଦ୍ଧିତ ମହଙ୍ଗା ଭତ୍ତା ମିଳିବା ସମ୍ଭାବନା ରହିଛି। ମହଙ୍ଗା ଭତ୍ତା ବୃଦ୍ଧି ହେଲେ କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀଙ୍କ ସମେତ ପ୍ରାୟ ୬୧ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ଗତ ଅକ୍ଟୋବରରେ କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କ ମହଙ୍ଗାଭତ୍ତା ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି ପାଇଥିଲା।
Spread the love