ଡ. ହରପ୍ରସାଦ ଦାସଙ୍କୁ ଭେଟି ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ସଂର୍ପକରେ ଅବଗତ କରାଇଲେ ବିଜେପି ନେତୃବୃନ୍ଦ

ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ମୋଦି ସରକାରଙ୍କ ଏକ ଐତିହାସିକ ନିଷ୍ପତି । ଏହା ଦ୍ୱାରା ଦେଶର ସମସ୍ତ ରାଜ୍ୟ ଭଳି ଜାମ୍ମୁକାଶ୍ମିର ବାସିନ୍ଦା କେନ୍ଦ୍ରସରକାରଙ୍କ ସମସ୍ତ ଯୋଜନାର ଲାଭ ଏବଂ ସୁବିଧା ନେଇପାରିବେ । ଏହି ଧାରା ହଟିବା ପରେ ଏହାର ଉବଲବ୍ଧୀ ଜନମାନସରେ ପହଂଚାଇବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ଜନସଂର୍ପକ କାର୍ଯ୍ୟକ୍ରମ କରାଯାଉଛି । ଏଥି ସହ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ଭେଟି ଏ ସଂର୍ପକରେ ଅବଗତ କରାଯାଉଛି ।

ଏହି ଅବସରରେ ଆଜି ବିଜେପି ବୁଦ୍ଧିଜାବୀ ପ୍ରକୋଷ୍ଠର ସଂଯୋଜକ ସୁଦର୍ଶନ ନାୟକ ଏବଂ ବରିଷ୍ଠ ବିଜେପି ନେତା ଭୁବନାନନ୍ଦ ତ୍ରିପାଠୀ, ଅବସରପ୍ରାପ୍ତ ଅଡିଟର ଓ ଆକାଉଂଟ ଜେନେରାଲ, ସ୍ତମ୍ଭକାର, ବୁଦ୍ଧିଜୀବୀ ଡ. ହରପ୍ରସାଦ ଦାସଙ୍କୁ ଭେଟି ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ସଂର୍ପକରେ ଅବଗତ କରିବା ସହ ସେ ସମ୍ବନ୍ଧୀୟ ଏକ ପୁସ୍ତିକା ପ୍ରଦାନ କରିଥଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଏଭଳି ଐତିହାସିକ ନିଷ୍ପତିକୁ ଡ.ଦାସ ପ୍ରଶଂସା କରିଥିଲେ । ଏହି ଧାରା ଉଚ୍ଛେଦ ହେବା ପରେ ଜାମ୍ମୁ କାଶ୍ମିରରେ ବିକାଶ ହୋଇପାରିବ ବୋଲି ସେ କହିବା ସହ ରାଷ୍ଟ୍ରୀୟ ହିତରେ ପ୍ରଧାନମନ୍ତ୍ରୀଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ।

Spread the love