ବିଜୁ ଜନତା ଦଳ ରାଜ୍ୟରେ ରାଜନୈତିକ ଆତଙ୍କବାଦ କରୁଛି : ବିଜେପି

ଦୁଇ ଦିନ ତଳେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗିର ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ସୋନପୁର ଜିଲ୍ଲାର ବନ୍ୟା ପ୍ରପିଡିତ ହୋଇଥିବା ଅଚଂଳକୁ ପରିଦର୍ଶନ କରିଥିଲେ । ଆକାଶ ମାର୍ଗରୁ ସର୍ବକ୍ଷେଣ କରି, ସେଠାର ପ୍ରଶାସନିକ ଅଧିକାରୀ ମାନଙ୍କ ସହ ବନ୍ୟାର କ୍ଷୟକ୍ଷତି ଆକଳନ କରି ତୁରନ୍ତ ଲୋକମାନଙ୍କୁ ପୁନଃ ଥଇଥାନ କରିବା, କିପିରି ରିଲିଫ୍ ମିଳିପାରିବ ତାହାର ଏକ ସମୀକ୍ଷା ବୈଠକ ଆୟୋଜନ କରିଥିଲେ । ହେଲେ ଏହି ବୈଠକ ଆରମ୍ଭ ହେବା ପୂର୍ବରୁ ବିଜେଡି ଦଳର ନେତା ଓ କାର୍ଯ୍ୟକର୍ତାମାନେ ବୈଠକ ବାହାରେ ଉତେଜନା ମୁଳକ ପରିସ୍ଥିତି ସୃଷ୍ଟି କରିଥିଲେ ଯାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ରାଜ୍ୟ
କାର୍ଯ୍ୟାଳୟରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସାଧାରଣ ସଂପାଦକ  ପୃଥ୍ୱୀରାଜ ହରିଚନ୍ଦନ
ଶ୍ରୀ ହରିଚନ୍ଦନ କହିଛନ୍ତି l
ରାଜନୈତିକ ଆତଙ୍କବାଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ।
ଅତୀତରେ ବିଜୁ ଜନତା ଦଳ ପକ୍ଷ୍ୟରୁ ଦୁଇ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏବଂ ସୁଶ୍ରୀ ସାଧବି ନିରଜଂନା ଜ୍ୟୋତିଙ୍କ
ଉପରକୁ ପଥର ମାଡ କରାଯାଇଥିଲା । ଏହି ସମୟରେ ନବୀନ ବାବୁ ଚୁପ୍ ରହିଥିବା ବେଳେ ଘଟଣାରେ ସଂପୃକ୍ତ ଥିବା
ରାଜନୈତିକ ବ୍ୟକ୍ତିଙ୍କୁ ଏପର୍ଯ୍ୟନ୍ତ ଦୋଷୀ ସାବସ୍ତ୍ୟ କରାଗଲା ନାହିଁ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦୀପ ଗସ୍ତ
ସମୟରେ ଶାସକ ଦଳର ଗୁଣ୍ଡାଗର୍ଦ୍ଧିର ନଗ୍ନ ରୂପ ଓଡିଶାବାସୀ ଦେଖିଛନ୍ତି । ରାଜନୈତିକ ଲଢେଇକୁ ରାଜନୈତିକ ବାଟରେ
ସୀମିତ ରହିବାକୁ ଦିଆଯାଉ ବୋଲି ଭାରତୀୟ ଜନତା ପାର୍ଟି ଆହ୍ୱାନ କରୁଛି । ନବୀନ ବାବୁ ନୀତି ନୈତିକତାରେ ରାଜନୀତି
ନାହିଁ । ନିଜେ ନବୀନବାବୁ ଏବେ ସୁଦ୍ଧା ବନ୍ୟା ବନ୍ୟା ପ୍ରପିଡିତ ଅଂଚଳକୁ ଆଜି ପର୍ଯ୍ୟନ୍ତ ଗଲେ ନାହିଁ ବୋଲି ଶ୍ରୀ ହରିଚନ୍ଦନ
କହିଛନ୍ତି ।  ଶାସକ ଦଳର ଇଙ୍ଗିତରେ ପୋଲିସ ଚୁପ ଚୁପ ରହି ପରୋକ୍ଷରେ ଏପରି ବିଶୃଙ୍ଖଳାକୁ ପୋସ୍ତ୍ରାହନ କରୁଥିଲା । ଆଶ୍ଚର୍ଯ୍ୟର ବିଷୟ ଯେ ସେଠାରେ ଜଣେ ହେଲେ ମହିଳା ପୋଲିସ ନଥିଲେ ବଲାଙ୍ଗୀର  ସାଂସଦ ସଂଙ୍ଗିତା ସିଂହଦେଓଙ୍କୁ ସୁରକ୍ଷା ଦେବା ପାଇଁ ।

ପୃଥୀରାଜ କହିଛନ୍ତି ଯେ ଜଣେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ସାଧାରଣରେ ଦୁର୍ବବ୍ୟବହାର ପଦର୍ଶନ ପରେ ବି ସମ୍ପୃକ୍ତ
ବ୍ୟକ୍ତିଙ୍କୁ କାହିଁକି ଗିରଫ କରାଯାଉ ନାହିଁ । ପୋଲିସ କାହିଁକି ଚୁପ ବସିଛି । ଜଣେ ମହିଳା ସାଂସଦଙ୍କ ପ୍ରତି ଏପରି ଅଶୋଭନୀୟ
ଆଚରଣ ସତ୍ୱେ କଣ ପାଇଁ ପୋଲିସ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରୁନାହିଁ ? ବିଜୁ ଜନତା ଦଳର ନେତାମାନଙ୍କର ଏହି ବିଶୃଙ୍ଖଳା
ଆଚରଣ ବିରୋଧରେ ଦଳର ପୁର୍ବତନ ରାଜ୍ୟ ସଭାପତି କନକ ବର୍ଦ୍ଦନ ସିଂହଦେଓ ଆଜି ପୋଲିସରେ ଅଭିଯୋଗ କରିବେ ।
ବନ୍ୟାରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଉଦ୍ଧାର କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ।  ସପ୍ତାହ ତଳେ ବିଭାଗୀୟ ସଚିବ କହିଲେ ଓଡିଶାରେ କୌଣସି ଜାଗାରେ ବନ୍ୟା ଆସିବାରେ ସମ୍ଭାବନା ନାହିଁ । ଲୋକମାନେ କୌଣସି ପ୍ରକାର ଚିନ୍ତା କରିବାର ଆବଶ୍ୟକତା ନାହିଁ । କିନ୍ତୁ ପରେ ବନ୍ୟା ହେଲା । ବନ୍ୟା ପ୍ରପିଡିତ ଲେକାମାନେ ଯେଉଁ ଅତିଷ୍ଠ ହୋଇଛନ୍ତି ତାହାର ଉତର ରାଜ୍ୟ ସରକାରଙ୍କୁ ଦେବାକୁ ପଡିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ମୁଖ୍ୟ ଓ ମୁଖପାତ୍ର ଗୋଲକ ମହାପାତ୍ର ଏବଂ ଯୁବ ମୋର୍ଚ୍ଚାର ସଭାପତି
ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ ।

Spread the love