ପଞ୍ଚଭୂତରେ ବିଲୀନ ହେଲେ ଲେଫ୍ଟେନାଣ୍ଟ କର୍ଣ୍ଣଲ ହରଜିନ୍ଦର ସିଂହ: ଝିଅ ଦେଲେ ମୁଖାଗ୍ନି

ନୂଆଦିଲ୍ଲୀ ୧୨/୧୨ : ପଞ୍ଚଭୂତରେ ବିଲୀନ ହେଲେ ଲେଫ୍ଟେନାଣ୍ଟ କର୍ଣ୍ଣଲ ହରଜିନ୍ଦର ସିଂହ। ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରେ ଶହୀଦ ହୋଇଥିବା ଲେଫ୍ଟେନାଣ୍ଟ କର୍ଣ୍ଣଲ ହରଜିନ୍ଦର ସିଂହଙ୍କ ଅନ୍ତିମ ସଂସ୍କାର ହୋଇଛି। ତାଙ୍କ ଝିଅ ବରାର ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରିଛନ୍ତି। ଏହା ପୂର୍ବରୁ ହରଜିନ୍ଦର ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।

ଭାରତୀୟ ସେନା ପ୍ରମୁଖ ଜେନେରାଲ ଏମଏମ ନରବଣେ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲେଫ୍ଟେନାଣ୍ଟ କର୍ଣ୍ଣଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। କର୍ଣ୍ଣଲଙ୍କ ପତ୍ନୀ ଓ ଝିଅ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହାପରେ ତାଙ୍କ ଝିଅ ପିତାଙ୍କ ଅନ୍ତିମ ସଂସ୍କାର କରିଛନ୍ତି।

ରାଜନାଥ ସିଂହ ଲେଫ୍ଟେନାଣ୍ଟ କର୍ଣ୍ଣଲ ହରଜିନ୍ଦର ସିଂହଙ୍କ ପତ୍ନୀ ଓ ଝିଅଙ୍କୁ ସାକ୍ଷାତ କରିଥିଲେ। ଏହିଭଳି ଶୋକ ସମୟରେ ସେ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି ଓ ଦୁଃଖର ସମୟରେ ଧର୍ଯ୍ୟ ଧରି ପରିସ୍ଥିତି ସାମ୍ନା କରିବାକୁ ସାହସ ଦେଇଛନ୍ତି।

Spread the love