ଏହି ଭାରତୀୟ କ୍ରିକେଟରଙ୍କ ପତ୍ନୀ ମାଟି ଚୂଲିରେ ରୋଷେଇ କରନ୍ତି

ଆମେ ସମସ୍ତେ ଜାଣିଛୁ କ୍ରିକେଟ ଖେଳାଳୀମାନେ ବହୁତ ପଇସା ପାଇଥାନ୍ତି।  ବିଶେଷ କରି ଭାରତୀୟ ଖେଳାଳୀମାନେ ବହୁତ ପଇସା ପାଇଥାନ୍ତି । କେବଳ ଆଇପିଏଲ ଖେଳରେ ଏତେ ଟଙ୍କା ମିଳେ ଯେ ଯଦି ସେମାନେ ଘରେ ବସି ରୁହନ୍ତି ତେବେ ସାରା ଜୀବନ ପଇସାର ଅଭାବ ପଡିବନି । ତେବେ ଏତେ ଟଙ୍କା ପାଇ ମଧ୍ୟ କ୍ରିକେଟରଙ୍କ ପତ୍ନୀ ମାଟି ଚୂଲିରେ ରୋଷେଇ କରନ୍ତି  ବିଶ୍ୱାସ କରିହେବନି । ନିକଟରେ  ଇନଷ୍ଟାଗ୍ରାମରେ ଏକ ଫଟୋ  ପୋଷ୍ଟ ହୋଇଥିଲା । ଏବଂ ଏହି ଫଟୋଟି ପୋଷ୍ଟ କରିଥିଲେ ଭାରତୀୟ ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କ ପତ୍ନୀ ଗୀତା ବସରା । ଇନଷ୍ଟାଗ୍ରାମରେ ଏହି ଫଟୋ ପୋଷ୍ଟ କରି ଗୀତା  ଲେଖିଛନ୍ତି ଯେ “ମଜା ପିଣ୍ଡ ଦା” ।

ଗୀତା ଏକ ସବୁଜ ରଙ୍ଗର ସୁଟ ପିନ୍ଧିଥିବା ଦୃଶ୍ୟମାନ ହୋଇଥିଲେ । ଚୂଲିରେ ରୋଷେଇ କଲାବେଳେ ସେ  ବହୁତ ଖୁସି ଥିବା ଜଣାପଡୁଛନ୍ତି । ତାଙ୍କର ଏହି ପୋଷ୍ଟ 40000  ୟୁଜର୍ସ ଲାଇକ୍ କରିଛନ୍ତି । ଅପରପକ୍ଷେ  କିଛି ୟୁଜର୍ସ କମେଣ୍ଟ ମଧ୍ୟ କରିଛନ୍ତି । କମେଣ୍ଟରେ ଜଣେ ଲେଖିଛନ୍ତି “ଆପଣଙ୍କୁ ଚୂଲି ଜଳାଇ ଆସେ ତ” । ସେହିପରି  ବିଭିନ୍ନ ୟୁଜର୍ସ ମାନେ  ଭିନ୍ନ ପ୍ରକାର  କମେଣ୍ଟ କରିଛନ୍ତି । କିନ୍ତୁ  ହରଭଜନ ସିଂଙ୍କ ପତ୍ନୀ ଏକ ମାଟି ଚୂଲିରେ ରୁଟି କରୁଥିବା ଫଟୋରେ ଦେଖିବାକୁ ମିଳିଛି ।

Spread the love