୪ ପିଲାଙ୍କୁ ବୁଡାଇ ମାରିଲେ ହରିୟାଣା ମହିଳା
ପାନିପତ : ହରିୟାଣାର ପାନିପତରେ ଜଣେ ମଧ୍ୟ ବୟସ୍କ ମହିଳା ପୁନମ ଚକିତ କଲା ଭଳି ଅଜବ କାଣ୍ଡ ଘଟାଇଛନ୍ତି । ତାଙ୍କଠାରୁ ଅଧିକ ସୁନ୍ଦର ଦେଖିବାକୁ ହୋଇଥିବାରୁ ଇର୍ଷାନ୍ୱିତ ହୋଇ ସେ ୩ ଜଣ ଝିଅଙ୍କ ସହ ୪ ଜଣ ପିଲାଙ୍କୁ ହତ୍ୟା କରିବାକୁ ପଛାଇ ନାହାନ୍ତି । ଏମାନଙ୍କ ମଧ୍ୟରେ ତାଙ୍କ ପୁଅ ଓ ଝିଆରୀ ମଧ୍ୟ ସାମିଲ ଅଛନ୍ତି । ପାନିପତ ପୁଲିସ୍ ବୁଧବାର ତାଙ୍କୁ ଗିରଫ କରିଛି । ନିଜଠାରୁ ଅଧିକ ସୁନ୍ଦର ହୋଇଥିବା ଝିଅମାନଙ୍କୁ ମହିଳା ଜଣକ ଟାର୍ଗେଟ କରୁଥିଲେ । ୪ଜଣ ପିଲାଙ୍କ ମୃତ୍ୟୁ ଘଟଣା ସମାନ ହୋଇଥିବାରୁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ସବୁ ପିଲାଙ୍କୁ ସେ ଭିନ୍ନ ଭିନ୍ନ ସମୟରେ ପାଣି ଟବ୍ରେ ବୁଡାଇ ମାରୁଥିଲେ । ପ୍ରତ୍ୟେକ ପିଲାଙ୍କ ମୃତ୍ୟୁ ଘଟଣାକୁ ଦୁର୍ଘଟଣା ରୂପ ଦେବାକୁ ପ୍ରୟାସ କରାଯାଉଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ପିଲାଙ୍କୁ ମାରିବା ପରେ ସେ ଖୁସି ମନାଉଥିଲେ । ଶେଷ ପିଲା ମୃତ୍ୟୁ ହେବାର ୩୬ ଘଣ୍ଟା ମଧ୍ୟରେ ମାମଲାର ସମାଧାନ ହୋଇଥିଲା । ସମ୍ପୃକ୍ତ ମହିଳା ନିଜ ଦେଷ ସ୍ୱୀକାର କରିଛି । ୨୦୨୩ରେ ସେ ନିଜ ପୁଅକୁ ମଧ୍ୟ ସମାନ ଢଙ୍ଗରେ ହତ୍ୟା କରିଥିଲା ।
