ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ମୃତ

ସକାଳୁ ସକାଳୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଖବର । ସିଲିଣ୍ଡର ବ୍ଲାଷ୍ଟ୍ ହେବାରୁ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ ଦୁଃଖର ଏକ ବାତାବରଣ ଖେଳିଯାଇଛି । ହରିଆଣାର ପାନିପଥ ଜିଲ୍ଲାରେ ଆଜି ସକାଳୁ ଏକ ସିଲିଣ୍ଡର ବ୍ଲାଷ୍ଟ୍ ହୋଇଛି । ସକାଳୁ ସକାଳୁ ଖାଇବା ବନାଇବା ସମୟରେ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା । ସବୁଠୁ ବଡ କଥା ହେଉଛି ପରିବାର ଲୋକେ ସିଲିଣ୍ଡରରେ ନିଆଁ ଲାଗିବା ଦେଖି ଘରୁ ବାହାରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଘରର କବାଟ ଖୋଲିନଥିଲା । ଯେଉଁ କାରଣରୁ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ହୋଇଯାଇଛି । ଯେଉଁ ପରିବାର ସହ ଏହି ଦୁର୍ଘଟଣା ଘଟିଛି, ସେହି ପରିବାର ପାନିପଥରେ ଏକ ଭଡା ଘରେ ରହୁଥିଲେ । ସବୁକିଛି ଠିକ୍ ଠାକ୍ ଚାଲିଥିବା ବେଳେ ଆଜି ସକାଳୁ ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି । ତେବେ ସିଲିଣ୍ଡରରେ କେମିତି ନିଆଁ ଲାଗିଲା ଏବେ ଯାଏଁ କୌଣସି ସଠିକ୍ ତଥ୍ୟ ଜଣାପଡିନାହିଁ । ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛି । ତଦନ୍ତ ପରେ କଣ ଥିଲା ପ୍ରକୃତ ଘଟଣା ତାହା ସାମ୍ନାକୁ ଆସିପାରେ ।

Spread the love