ଦୀପାବଳି ଭେଟିରେ କର୍ମଚାରୀ ଙ୍କୁ କାର୍ ଉପହାର ଦେଲା ଫାର୍ମା କମ୍ପାନୀ, ଖୁସି ହୋଇଗଲେ କର୍ମଚାରୀ

ଆସୁଛି ଆଲୋକର ପର୍ବ ଦୀପାବଳି। ଆଉ ଏଥର ଦୀପାବଳୀ ଭେଟିରେ କର୍ମଚାରୀଙ୍କୁ ମିଳିବାକୁ ଯାଉଛି କାର ଗିଫ୍ଟ। କଣ ଭାବିଲେ କି ଆମେ ମିଛ କହୁଛୁ ? ନା ଆଜ୍ଞା ଏହା ବିଲକୁଲ ସତ। ଏଥର ଦୀପାବଳୀକୁ ଧ୍ୟାନରେ ରଖି କମ୍ପାନୀ ନିଜ ଏମ୍ପଲୟୀଙ୍କୁ ଦେଉଛି ବଢ଼ିଆ ଉପହାର। ପଞ୍ଚକୁଲାର ଏହି ଫାର୍ମା କମ୍ପାନୀ ନିଜ କର୍ମଚାରୀଙ୍କୁ ଉପହାରରେ ଦେଉଛି ଗାଡ଼ି ଉପହାର।

ଚଳିତ ଥର ଏହି ଫାର୍ମା କମ୍ପାନୀର ମାଲିକ ନିଜ କର୍ମଚାରୀଙ୍କୁ ତାଙ୍କ କଠିନ ପରିଶ୍ରମ ଓ ସଚ୍ଚୋଟତାରେ ଖୁସି ହୋଇ ୧୨ ଟି ଗାଡ଼ି ଦୀପାବଳି ଉପହାର ରୂପେ ଭେଟି ଦେଉଛନ୍ତି। କମ୍ପାନୀ ନିଜ ୧୨ ଟି କର୍ମଚାରୀଙ୍କୁ ଟାଟା ପଞ୍ଚ ନାମକ ଗାଡ଼ି ଉପହାର ଦେଇଛନ୍ତି।

ସୂଚନା ଅନୁସାରେ ମିଟ୍ସକାର୍ଟ କମ୍ପାନୀ ର ମାଲିକ ଏମକେ ଭାଟିଆ ନିଜ କର୍ମଚାରୀ କେଉଁ ବଡ଼ ଷ୍ଟାର ବା ସେଲିବ୍ରେଟିଠୁ କମ ମାନନ୍ତି ନାହିଁ। ତାଙ୍କ କହିବା ଅନୁସାରେ ବର୍ଷ ସାରା ସେ ଖଟୁଥିବାରୁ କମ୍ପାନୀ ଆଜି ଏତେ ସଫଳତା ପାଇ ପାରିଛି। ତାଙ୍କ ପାଇଁ ସେ ସଫଳତା ପାଇଛନ୍ତି। ଆଉ ସେ ଆଗରୁ ତାଙ୍କୁ କଥା ଦେଇଥିଲେ ଯେ ନିଜ ଷ୍ଟାଫଙ୍କୁ ସେ କାର ଗିଫ୍ଟ କରିବେ। ଯାହାକୁ ପୂରା କରି ଏବେ ସେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ଅନେକ କର୍ମଚାରୀ ଏମିତି ଅଛନ୍ତି ଯେଉର୍ମାନେ ଗାଡ଼ି ଚଲାଇବା ଜାଣି ନାହାନ୍ତି। କିନ୍ତୁ ସେମାନଙ୍କୁ ମଧ୍ୟ କମ୍ପାନୀର ମାଲିକ ଗାଡ଼ ି ଗିଫ୍ଟ କରିଛନ୍ତି। ଦିନ ରାତି ଏକ କରି ଷ୍ଟାଫ ମାନେ କାମ କରୁଛନ୍ତି। ଆଉ ଏଥିପାଇଁ ପ୍ରତ୍ୟେକ କମ୍ପାନୀ ମାଲିକ ସବୁଥର ନିଜ ଷ୍ଟାଫଙ୍କୁ ଭଲ ଉପହାରଦେବା ଉଚିତ ବୋଲି ଏମକେ ଭାଟିଆ କହିଛନ୍ତି। ଏହାକୁ ଦେଖି ଅନ୍ୟ ପ୍ରେରିତ ହେବେ ବୋଲି ତାଙ୍କର ଆଶା ରହିଛି।

ଏହାକୁ ପାଇବା ପରେ ଏବେ କମ୍ପାନୀ ର ସବୁ ଷ୍ଟାଫ ବହୁତ ଖୁସି ଅଛନ୍ତି। ପୁୁରୁଷ ଓ ମହିଳା ଉଭୟଙ୍କୁ କାର ଗିଫ୍ଟ ଦେବା ପରେ ଯାହାକୁ ଗାଡ଼ି ଚଲାଇବା ଆସୁନି ସେମାନେ ଶିଖିବେ ଆଉ ଚଲାଇବେ। ଏସବୁ କୁ ଦେଖି କମ୍ପାନୀର ମାଲିକଙ୍କୁ ସବୁ ଆଡୁ ପ୍ରଂଶସା କରାଯାଉଛି। ଏହାକୁ ଦେଖି ତାଙ୍କ ପରରିବାର ଲୋକ ମଧ୍ୟ ବହୁତ ଖୁସି।

Spread the love