ପୂର୍ବ ଶତ୍ରୁତାକୁ ନେଇ ୨ ପରିବାର ମଧ୍ୟରେ ମାଡପିଟ୍, ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର

ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡି ଅଧିନସ୍ଥ ଆରଡି ଗୁଡିଆସାହିର ପରମାନନ୍ଦ ସାହୁ ଓ ପୁରନ୍ଦର ସାହୁ ୨ ଭାଇଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ପ୍ରଥମେ ବଚସା ଓ ପରେ ମାଡପିଟ ଲାଗିଥିଲେ। ପୁରନ୍ଦର ସାହୁ ଓ ତାଙ୍କର ୨ ପୁଅ ହଠାତ ଉତ୍ତ୍ୟକ୍ତ ହୋଇ ପରମାନନ୍ଦ ସାହୁଙ୍କର ପୁଅ ରାମ ସାହୁକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଚେତାଶୂନ୍ୟ ଅବସ୍ଥାରେ ରାମ ସାହୁକୁ ପ୍ରଥମେ ଆରଡି ମେଡିକାଲ ନେଇଥିଲେ ମଧ୍ୟ ଅଧିକ ଗୁରୁତର ହେବାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ୩ ଦିନ ଚିକିତ୍ସା ହେବା ପରେ କୌଣସି ଉନ୍ନତି ନହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା ।

ଅନ୍ୟପଟେ ଏପରି ଘଟଣାର ଆରଡି ଫାଣ୍ଡିରେ ଦୀର୍ଘ ୩ ଦିନ ହେବ ପରିବାରଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ୨ଟି ମାମଲା ରୁଜୁ କରିବା  ସହ ୩ ଅଭିଯୁକ୍ତଙ୍କୁ ଅଟକ ରଖିଛି । ଏପଟେ  ଆକ୍ରମଣରେ ଶିକାର ହୋଇଥିବା ରାମ ସାହୁର ପରିବାର ଦୋଷୀଙ୍କୁ ଗିରଫ ଦାବିରେ ଫାଣ୍ଡି ଆଗରେ ବସି ରହିଛନ୍ତି ।

Spread the love