ହାତର ରେଖା କହିଥାଏ କେବେ ହେବ ଆପଣଙ୍କ ମୃତ୍ୟୁ : ଜାଣିବା ପାଇଁ ପଢ଼ନ୍ତୁ

ଦୁନିଆର ଯେକୈାଣସି ବ୍ୟକ୍ତି ଯେତେ ସଫଳତା ହାସଲ କଲେ ମଧ୍ୟ ଜୀବନର ଏକ କଟୁ ସତ୍ୟ ଥାଏ। ତାହା ହେଉଛି ତାଙ୍କୁ ଦିନେ ଦା ଦିନେ ମୃତ୍ୟୁ ବରଣ କରିବାକୁ ପଡ଼ିବ। ଅର୍ଥାତ୍ ବ୍ୟକ୍ତିର ଶେଷ ଠିକଣା ହେଉଛି ମୃତ୍ୟୁ। କୈାଣସି ବ୍ୟକ୍ତିଙ୍କୁ ଏହା ଜଣା ନଥାଏ ଯେ ତାଙ୍କ ମୃତ୍ୟୁ କେବେ ଏବଂ କିପରି ହେବ।

ଏହି କଥାର ଅନୁମାନ ଲଗାଇବା ମଧ୍ୟ ଅସମ୍ଭବ। କିନ୍ତୁ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ, ମୃତ୍ୟୁ ସମ୍ପର୍କରେ ମଧ୍ୟ ପୂର୍ବାନୁମାନ କରିହେବ। ଆମ ଶାସ୍ତ୍ରମାନଙ୍କରେ ପ୍ରତ୍ୟେକ ବ୍ୟକ୍ତିଙ୍କ ମୃତ୍ୟୁ ବିଷୟରେ କୁହାଯାଇଛି। ଧାର୍ମିକ ଶାସ୍ତ୍ର ଅନୁସାରେ ଆପଣଙ୍କ ହାତର ରେଖା କହି ପାରିବ ଯେ ଦୁନିଆରେ ଆପଣଙ୍କ ଜୀବନ ସମୟ କେତେ କାଳର।

ଶାସ୍ତ୍ର ଅନୁସାରେ ମଣିଷଙ୍କ ହାତରେ ମଣିବନ୍ଧ ରେଖା ଥାଏ । ଯାହା ଅଧ୍ୟୟନ କଲେ ବ୍ୟକ୍ତିଙ୍କ ବୟସ ବିଷୟରେ ଜଣାପଡେ। ଯେଉଁ ବ୍ୟକ୍ତିଙ୍କ ହାତରେ ୪ଟି ମଣିବନ୍ଧ ରେଖା ଥାଏ,ସେ ୧୦୦ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି। କାରଣ ଏହା ଦ୍ବାରା ବ୍ୟକ୍ତିର ଜୀବନ ଅତ୍ୟନ୍ତ ସୁଖମୟ ହୋଇଥାଏ। ଯେଉଁ ବ୍ୟକ୍ତିଙ୍କ ହାତରେ ୩ଟି ମଣିବନ୍ଧ ରେଖା ହୋଇଥାଏ ସେମାନେ ୭୦ରୁ ୭୫ବର୍ଷ ଯାଏଁ ଜୀବିତ ରୁହନ୍ତି।

ହାତର ଏହି ରେଖା କଟାକଟା ଏବଂ ପତଳା ହୋଇଥିଲେ ଏହା ପଛରେ ସଙ୍କେତ ଥାଏ ଯେ ଆପଣଙ୍କ ଜୀବନରେ ବିଭିନ୍ନ ପ୍ରକାର ବାଧାବିଘ୍ନ ଆସିଥାଏ । ଯେଉଁ ବ୍ୟକ୍ତିଙ୍କ ହାତରେ ଗୋଟିଏ ମଣିବନ୍ଧ ରେଖା ଥାଏ ତାଙ୍କ ଜୀବନରେ ସବୁବେଳେ ବିପଦ ଆସିଥାଏ। ଏପରି ବ୍ୟକ୍ତିମାନେ କମ୍ ଦିନ କିମ୍ବା ବେଶୀ ଦିନ ବଞ୍ଚିଲେ ମଧ୍ୟ ତାଙ୍କ ଜୀବନ ସବୁବେଳେ ସମସ୍ୟାବହୁଳ ହୋଇଥାଏ।

Spread the love