ହସ୍ତରେଖାରୁ ଜାଣନ୍ତୁ ଆପଣଙ୍କ ପ୍ରେମ ଓ ଯୌନ ଜୀବନ ସମ୍ପର୍କରେ

ପ୍ରେମ ଏବଂ ଅନୁରାଗ ଏକ ସ୍ବାଭାବିକ କଥା। କିନ୍ତୁ ଜଣେ ବ୍ୟକ୍ତିଙ୍କ ପ୍ରେମ ଏବଂ ପ୍ରଣୟ ଜୀବନର ଭଲ ମନ୍ଦ ହସ୍ତରେଖାରୁ ଜାଣି ହୁଏ। ଏହାକୁ ସାମୁଦ୍ରିକ ବିଦ୍ୟାବୋଲି କୁହାଯାଏ । ନିଜ ହସ୍ତରେଖା କୁ ଦେଖି ଆପଣ ବି ଜାଣିପାରିବେ ଆପଣଙ୍କ ପ୍ରେମ, ପ୍ରଣୟ ଓ ପରକୀୟା ପ୍ରିତିର ଟିକି ନିଖି ହିସାବ । ଏଥିପାଇଁ ଶେଷ ଯାଏଁ ପଢନ୍ତୁ ଆଉ ଜାଣନ୍ତୁ ।

ବୁଢ଼ା ଆଙ୍ଗୁଳି ଆରମ୍ଭ ହୋଇଥିବା ସ୍ଥାନକୁ ଶୁକ୍ରଙ୍କ କ୍ଷେତ୍ର କୁହାଯାଏ । ଏହି ସ୍ଥାନଟି ଉନ୍ନତ ବା ଅଧିକ ଫୁଲି ରହିଥିଲେ ବ୍ୟକ୍ତି ଉତ୍ତମ ପ୍ରେମ ସମ୍ପର୍କ, ଯୈାନ ସମ୍ପର୍କ ଏବଂ ଶାରିରୀକ ଶକ୍ତି ସମ୍ପନ୍ନ ହୋଇଥାଏ। ଯଦି ଏହା ସମୟକ୍ରମେ ଅଧିକ ଫୁଲିଥାଏ ତେବେ ସ୍ବାମୀ- ସ୍ତ୍ରୀ ଏବଂ ସାଙ୍ଗଙ୍କ ସହ ଉତ୍ତମ ସମ୍ପର୍କ ରହିଥାଏ। ଏହି ସ୍ଥାନରେ ଯଦି ବହୁରେଖା ଅଂକା ବଙ୍କା ହୋଇ ବା ଭଂଗାଭଂଗା ହୋଇ ରହିଥାଏ ତେବେ ସମ୍ପର୍କରେ ତିକ୍ତତା ସର୍ବଦା ଭୋଗ କରିବାକୁ ପଡିଥାଏ।  ଯଦି ତାରା ଚିହ୍ନ ଭଳି ଚିହ୍ନ ଥାଏ ତାହେଲେ ପ୍ରେମ ବିବାହ ହୋଇଥାଏ ।  ଯଦି ବର୍ଗାକୃତି ଚିହ୍ନ ଥାଏ ତେବେ ବାପା ମା ପ୍ରେମ ବିବାହ ପାଇଁ ସହମତି ପ୍ରକାଶ କରିଥାନ୍ତି ।

ଯଦି ପାପୁଲିର ରଂଗ ଉତ୍ତମ ଥାଏ ତାହେଲେ ପ୍ରେମିକା ପ୍ରତି ପ୍ରେମ ଆସକ୍ତି ପ୍ରଚଣ୍ଡ ହୋଇଥାଏ । ପାପୁଲିଟି ଯଦି ରକ୍ତବର୍ଣ୍ଣ ହୋଇଥାଏ ତେବେ ବ୍ୟକ୍ତି ଆବେଗପ୍ରବଣ ଏବଂ କାର୍ଯ୍ୟପ୍ରବଣ ହୋଇଥାନ୍ତି। ଯଦି ଶୁକ୍ରଙ୍କ କ୍ଷେତ୍ର ଦୁର୍ବଳ ଦେଖାଯାଇଥାଏ ତେବେ ଛୁଆ ଜନ୍ମବେଳେ ସମସ୍ୟା ହୋଇଥାଏ।

ପାପୁଲିରେ ହୃଦୟ ସୁସଙ୍ଗତି ଏବଂ ଆବେଗକୁ ସୂଚାଇଥାଏ । ଏହିରେଖା ଯଦି କୋଉଠି କଟିନଥାଏ ଓ ଗଭୀର ହୋଇଥାଏ ତାଙ୍କ ପ୍ରେମ ଜୀବନରେ ପ୍ରଚଣ୍ଡ ଭଲପାଇବା,ଉତ୍ତମ ବୁଝାମଣା ରହିଥାଏ। ପରସ୍ପର ମଧ୍ୟରେ ସମ୍ପର୍କ ମଧ୍ୟ ଭଲ ଥାଏ ଏବଂ ଦାମ୍ପତ୍ୟ ଜୀବନ ମଧ୍ୟ ସୁଖକର ହୋଇଥାଏ। ଯଦି ରେଖା ପାପୁଲିର ଶେଷକୁ ପହଞ୍ଚିଥାଏ ତେବେ ସେ  ଶାରିରୀକ ସମ୍ପର୍କ ପାଇଁ ଅଧିକ ବ୍ୟଗ୍ର ହୋଇଥାନ୍ତି। ଏପରିକି ଏହି ଶାରିରୀକ ସମ୍ପର୍କ ପାଇଁ ତାଙ୍କ ଦାବୀକୁ କେହି ଗ୍ରହଣ ନକଲେ ମଧ୍ୟ ସେ ତାହା ଚରିତାର୍ଥ କରିଥାନ୍ତି ।

ହୃଦରେଖାଟି ଯଦି ଛୋଟ ହୋଇଥାଏ ତାହେଲେ ଅକର୍ଷକ ସାଥୀ ପାଇଁ ଏମାନେ ରିସ୍କ ନେଇପାରନ୍ତି । ଏମାନେ ମୁକ୍ତ ବିଚାରଧାରର ହୋଇଥାନ୍ତି ଏବଂ ଦାବୀ କରି ଜାଣିଥାନ୍ତି । ଏମାନଙ୍କ ପାଇଁ ଅୟସ ଏବଂ ଉପଭୋଗ ହେଉଛି ଜୀବନର ମୂଳମନ୍ତ୍ର । ମାନସିକ ସ୍ତରରେ ଏମାନେ ଅତ୍ୟନ୍ତ ସଚେତନ ଓ ସକ୍ରୀୟ ।

ଫଟୋରେ ନାଲି ଗାର ସୂଚିତ ରେଖାଗୁଡିକ ବା କାଣି ଅଂଗୁଳି ତଳକୁ ଥିବା ରେଖାଗୁଡିକ ବ୍ୟକ୍ତିଙ୍କ ଯୌନ ଜୀବନ ସମ୍ପର୍କିତ ହୋଇଥାଏ। ଯଦି ଏହି ସ୍ଥାନରେ ଗୋଟିଏ ରେଖା ଥାଏ ତେବେ ବ୍ୟକ୍ତି ସୁଖୀ ଦାମ୍ପତ୍ୟ ଜୀବନ ନିର୍ବାହ କରିଥାନ୍ତି । ଦୁଇଟି ରେଖା ଥିଲେ ସାଥୀ ସହିତ ଉତ୍ତମ ଯୈାନ ସମ୍ପର୍କ ରହିଥାଏ। ତେବେ ତିନୋଟି ରେଖା ଥିଲେ ପରକୀୟା ପ୍ରୀତି ସମ୍ଭାବନା ରହିଥାଏ ।

Spread the love