ସାନଭାଇର ତଣ୍ଟି ଚିପି ମାରିଦେଲା ବଡଭାଇ

ବଲାଙ୍ଗୀର ୦୫।୦୨ : ଭାଇର ମାଡ଼ରେ ଭାଇର ମୃତ୍ୟୁ । ନିଶାଶକ୍ତ ଦୁଇ ଭାଇଙ୍କ ମାଡ଼ପିଟରୁ ସାନ ଭାଇର ମୃତ୍ୟୁ ହୋଇଛି । ବଲାଙ୍ଗୀର ଜିଲ୍ଲା ରବିଦାସ ନଗରରେ ଘଟିଛି ଏହି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ସାମାନ୍ୟ ଘଟଣାକୁ ନେଇ ଉଭୟ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରିବାରୁ ଉତ୍‌କ୍ଷିପ୍ତ ହୋଇ ସାନଭାଇର ତଣ୍ଟି ଚିପି ମାରିଦେଲା ବଡଭାଇ । ମୃତକ ହେଲେ ଯୋଶେଫ୍‌ ରୋହିଦାସ । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଟାଉନ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ବଡ଼ଭାଇକୁ ଥାନାରେ ଅଟକ ରଖିଛି ପୋଲିସ ।  

Spread the love