ସ୍ତ୍ରୀକୁ ଜିଅନ୍ତା ଜାଳି ଦେଲା ସ୍ୱାମୀ

କୁଚିଣ୍ଡା ୩୦।୦୩ : ସୈତାନ ସ୍ୱାମୀ । ସ୍ତ୍ରୀକୁ ଜିଅନ୍ତା ଜାଲି ଦେଲା ମାରି । ମୃତକଙ୍କ ନାମ ଲିଲିମା ରଣା ବୋଲି ଜଣାପଡିଛି । ଅଭିଯୁକ୍ତକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟଲୋକେ । ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଫଠାଟାଙ୍ଗରେ ଗାଁରେ ଘଟିଛି ଏପରି ଲୋମଟାଙ୍କୁରା ଘଟଣା ।

ଖବର ଅନୁଯାୟୀ, ଫଠାଟାଙ୍ଗର ଗାଁରେ ସ୍ୱାମୀ ଓ ସ୍ତ୍ରୀ ଉଭୟ ମହୁଲଫୁଲ ଗୋଟାଇ ଘରକୁ ଫେରିଥିଲେ । ଏହାପରେ ସ୍ୱାମୀ ରଘୁରାଜ ରଣା ମଦ୍ୟପାନ କରିଥିଲେ । ଘରକୁ ଆସି ସ୍ତ୍ରୀ ଲିଲିମା ରଣା ସହିତ ପାଟିତୁଣ୍ଡ କରିଥିଲେ । ଏଥିରେ ସ୍ତ୍ରୀ ଲିଲିମା ରଣା ଅସହ୍ୟ ହୋଇ ଫଠାଟାଙ୍ଗର ଗାଁରେ ଥିବା ନିଜ ବାପ ଘରୁ ଚାଲିଯାଇଥିଲେ । କିନ୍ତୁ ତାଙ୍କ ବାପା ବୁଝାଇ ସୁଝାଇ ଝିଅକୁ ରାତି ୧୧ଟାରେ ଆଣି ସ୍ୱାମୀ ପାଖେ ଛାଡିଥିଲେ ।

ସେପଟେ ସ୍ୱାମୀ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ନେଇ ଗୋଟିଏ କୋଠରୀରେ ଭର୍ତ୍ତି କରିଦେଇଥିଲେ । ସେଠାରେ କିରୋସିନି ଢାଳି ଜାଳିଦେଇଥିଲା ।  ଲିଲିମାଙ୍କ ଚିତ୍କାର ଶୁଣି ପଡୋଶୀଲୋକେ ଦୌଡି ଆସିଥିଲେ । ଘର କବାଟ ଖୋଲି  ଲିଲିମାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ୧୦୮ ଆମ୍ବୁଲାନ୍ସ ଯୋଗେ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଗ୍ରାମବାସୀ ସ୍ୱାମୀ ରଘୁରାଜ ରଣାକୁ ଧରି ପୋଲିସର ଜିମା ଦେଇଛନ୍ତି । ଏବେ ଯାଏଁ ଘଟଣାପଛରେ ପ୍ରକୃତ କାରଣ ଜଣାପଡିନାହିଁ ।

Spread the love