୨୦୧୪ ଆଜାଦ ଶବର ହତ୍ୟାକାଣ୍ଡ ଘଟଣା, ଦୁଇ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ଶୁଣାଇଲେ କୋର୍ଟ

ଆନନ୍ଦପୁର ୩୦।୦୮: ଆଜାଦ ଶବର ହତ୍ୟାକାଣ୍ଡରେ ରାୟ ପ୍ରକାଶ । ସମସ୍ତ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ ଏହି ମାମଲାରେ ଦୁଇ ଅଭିଯୁକ୍ତ ନନ୍ଦିଆ ଶବର ଓ ଅର୍ଜୁନ ଶବରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ୨୦ ହଜାର ଟଙ୍କାର ଜରିମାନା ଦଣ୍ଡ ଧାର୍ଯ୍ୟ କରିଛନ୍ତି ।  ୨୦୧୪ ମସିହା ଜାନୁଆରୀ ୩ ତାରିଖ ଦିନ ଘଟିଥିଲା ଏହି ହତ୍ୟାକାଣ୍ଡ ।

ଖବର ଅନୁଯାୟୀ, ମୃତକ ଆଜାଦ ସବର ଓ ଦୁଇ ଅଭିଯୁକ୍ତଙ୍କ ଘର ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଦଲକି ଗାଁରେ ଥିବାବେଳେ ସମସ୍ତେ ଯାଯାବର ପରି ବିଭିନ୍ନ ସ୍ଥାନରେ ରହି ଜଙ୍ଗଲଜାତ ଦ୍ରବ୍ୟ ବ୍ୟାପାର କରିଥାନ୍ତି । ଘଟଣା ଦିନ ଏମାନେ ଛେନାପଦି ଆଶ୍ରମ ସ୍କୁଲ ନିକଟରେ ଡେରା ପକାଇଥିଲେ ,  ଏମାନଙ୍କ ମଧ୍ୟରୁ   ଆଜାଦ ସବର , ନନ୍ଦିଆ , ଅର୍ଜୁନ ଓ ଆଜାଦଙ୍କ ପୁତୁରା ଚନ୍ଦନ ଆନନ୍ଦପୁରକୁ ଫିଲ୍ମି ଦେଖିବାକୁ ଆସିଥିଲେ । ସେହି ସଂଧ୍ୟା ୬ଟାରୁ ୭ଟା ମଧ୍ୟରେ ଏହି ଚାରିଜଣ ମହୁ ସନ୍ଧାନରେ ଆନନ୍ଦପୁର ଡାକ୍ତରଖାନା ପଛପାଖରେ ଥିବା ଜଙ୍ଗଲିରେ  ପହଁଞ୍ଚିଥିଲେ । ତେବେ ଏହି ସମୟରେ ପୂର୍ବରୁ ମହୁବିକ୍ରି ବିବାଦକୁ ରାଗରଖି  ନନ୍ଦିଆ ଓ ଅର୍ଜୁନ ଏକ ଗାମୁଛାରେ ଆଜାଦ ବେକକୁ ଚାପିଧରି ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡର ସାକ୍ଷୀ ଚନ୍ଦନ ସବରଙ୍କ ଏତଲା କ୍ରମେ ଘଷିପୁରା ପୋଲିସ ହତ୍ୟାକାଣ୍ଡ ମାମଲା ରୁଜୁ କରିଥିଲା । ପରେ ଏହି ମାମଲାରୁ ଶୁଣାଣି କରି କୋର୍ଟ ମଙ୍ଗଳବାର ଦିନ ରାୟ ଶୁଣାଇଛନ୍ତି ।

Spread the love