ଝିଅକୁ ପିଟି ପିଟି ମାରିଦେଲେ ବାପା

ସାନଖେମୁଣ୍ଡି ୨୮।୦୨ : ପାରିବାରିକ କଳହର କରୁଣ ପରିଣତି । ୬ ବର୍ଷର ଶିଶୁ କନ୍ୟାକୁ କାଠ ଫାଳିଆରେ ମାରି ହତ୍ୟା କଲା ସାବତ ମା ଓ ବାପା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ତେନ୍ତୁଳିଆ ସାହିର ଘଟିଛି ଘଟଣା ଏପରି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ଏପରି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । କୌଣସି କାରଣରୁ ଝିଅକୁ କାଠ ଫାଳିଆରେ ମାଡ ମାରିଥିଲେ ସାବତ ମା ଓ ବାପା । ଝିଅର ମୁଣ୍ଡରେ କାଠ ଫାଳିଆ ବାଜି ପ୍ରବଳ ରକ୍ତ ସ୍ରାବ ହୋଇଥିଲା । ଝିଅଟି ଗୁରୁତର ହୋଇ ଘରେ ପଡିରହିବାର କିଛି ସମୟ ପରେ ତାର ମୃତ୍ୟୁ ହୋଇଯାଇଥିଲା । ସକାଳୁ ସାବତ ମା ଏବଂ ବାପା ଦୋଷକୁ ଲୁଚାଇବାକୁ ଯାଇ ବାହାନା କରିଥିଲେ । ଝିଅର ମୁଣ୍ଡ ଫାଟି ମୃତ୍ୟୁ ହୋଇଥିବା କହିଥିଲେ ସାବତ ମା ଓ ବାପା । କିନ୍ତୁ ଏମାନଙ୍କ କଥା ଉପରେ ଗାଁ ଲୋକ ବିଶ୍ୱାସ କରିନଥିଲେ । ତୁରନ୍ତ ଘଟଣାସ୍ଥଳରୁ ଯାଇ ମୃତଦେହକୁ ଦେଖିଥିଲେ । ମୃତ ଝିଅର ଦେହ ସାରା ମାଡ଼ ଚିହ୍ନ ରହିଥିଲା । ଏହାପରେ ଉଭୟ ବାପା ଓ ସାବତ ମାଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ ।  ପୋଲିସ ଉଭୟଙ୍କୁ ଅଟକ ରଖି ଛାନ୍‌ଭିନ୍‌ ଆରମ୍ଭ କରୁଛି ।

Spread the love