ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

ସୋର ୨୮।୧୦ :  ଗଛରେ ଝୁଲୁଛି ମୃତଦେହ । ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ପଞ୍ଚାୟତ ଗଣ୍ଡତରା ଗାଁରେ ଘଟିଛି ଏପରି ଘଟଣା । ମୃତକ ଗାଁର ସୁଦାମ ମହାକୁଡ଼ଙ୍କ ପୁଅ ମାନସଙ୍କର ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମାନସ ହାଇଦ୍ରାବାଦ୍‌ରେ କାମ କରୁଥିଲେ । ଗତ ମାସ ହାଇଦ୍ରବାଦ୍‌ରେ ଜଣେ ସାଙ୍ଗର ହତ୍ୟା ହୋଇଥିଲା , ପରେ ତାଙ୍କ ମୃତଦେହ ନେଇ ମାନସ ଔପଦା ଫେରିଥିଲେ । ତେବେ ସାଙ୍ଗର ମୃତଦେହ ନେଇ ଆସିବା ପରେ ସେହି ହତ୍ୟାରେ ମାନସଙ୍କ ସଂପୃକ୍ତି ଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ଏହାସହ ବିଭିନ୍ନ ସମୟରେ ମାନସଙ୍କୁ ମାନସିକ ନିର୍ଯ୍ୟାତନ ଦେଉଥିଲେ । ତେବେ ଏହି ଘଟଣାକୁ ନେଇ ମାନସ କିଛି ଦିନ ହେବ ମାନସିକ ଅବସାଦରେ ରହିଥିଲେ । ତେବେ ଶୁକ୍ରବାର ମାନସର ମୃତଦେହ ନିମ ଗଛରେ ଝୁଲୁଥିବାର ଗ୍ରାମବାସୀ ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ଏହାପରେ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ମାନସଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଉଛି ।

Spread the love