ସାମ୍ୱାଦିକା ରାଣା ଆୟୁବଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଧମକ ଦେଇ ଜଣେ ଗିରଫ

ନୂଆଦିଲ୍ଲୀ,୧୦/୦୨:  ସାମ୍ୱାଦିକା ତଥା ଲେଖିକା ରାଣା ଆୟୁବଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଧମକ ଦେଇ ଯୁବକ ଗିରଫ । ସାମାଜିକ ଗଣମାଧ୍ୟମ ଟ୍ୱିଟର ଏବଂ ଇଷ୍ଟାଗ୍ରାମରେ ରାଣା ଆୟୁବଙ୍କୁ ହତ୍ୟା ଧମକ ଦେଉଥିଲା ଯୁବକ । ଗିରଫ ଯୁବକର ନାଁ ସିଦ୍ଧାର୍ଥ ଶ୍ରୀବାସ୍ତବ ହୋଇଥିବା ବେଳେ ତାର ବୟସ ୨୪ ବର୍ଷ । ଯୁବକର ଘର ଭୋପାଳରେ ଏବଂ ସେ ଏକ କପଡା ଦୋକାନରେ କାମ କରୁଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ଯୁବକ ରାଣା ଆୟୁବଙ୍କୁ ନିଜର ସାମ୍ୱାଦିକତା ବନ୍ଦ କରିବାକୁ ଧମକ ଦେଇଥିଲା । ସାମ୍ୱାଦିକତା ଜାରି ରଖିଲେ ପରିମାଣ ଭୟଙ୍କର ହେବା ସହ ହତ୍ୟା ଧମକ ଦେଇଥିଲା । ଅଭିଯୁକ୍ତକୁ ମୁମ୍ୱାଇରୁ ଗିରଫ କରିଛି ପୋଲିସ।

ଗିରଫ ପରେ ଅଭିଯୁକ୍ତକୁ ବାନ୍ଦ୍ରା କୋର୍ଟରେ ହାଜର କରାଯାଇଥିଲା । ପୋଲିସ ନିଜ ହେପାଜତକୁ ନେବା ପାଇଁ ଅପିଲ କରିଥିବା ବେଳେ କୋର୍ଟ ଅଭିଯୁକ୍ତକୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

ରାଣା ଆୟୁବ ପୋଲିସରେ ଅଭିଯୋଗ କରି କହିଥିଲେ, ‘ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ସହ ଅନ୍ୟ ପ୍ଲାଟଫର୍ମରେ ୨୬ ହଜାରରୁ ଅଧିକ ଅପତ୍ତିଜନକ ଟିପ୍ପଣୀ ଗତ କିଛି ଦିନ ଭିତରେ କରାଯାଇଛି’ । ଏହାସହ ସେ କହିଥିଲେ, ସାଉଦୀ ଆରବ ତାଙ୍କୁ ବ୍ୟାନ କରିଥିବା ନେଇ ଅଭିଯୁକ୍ତ ବ୍ୟକ୍ତି ତାଙ୍କ ନାଁରେ ମିଛ ପ୍ରଚାର କରିଥିଲା ।

ଟ୍ୱିଟରରେ ରାଣା ଆୟୁବଙ୍କ ୧.୫ ନିୟୁତ ଫଲୋଅର୍ସ ଏବଂ ଇଷ୍ଟାଗ୍ରାମରେ ୩ ଲକ୍ଷ ୨୦ ହଜାରୁ ଅଧିକ ଫଲୋଅର୍ସ ଅଛନ୍ତି।

Spread the love