ବସ୍ତା ବିଧାୟକଙ୍କୁ ହତ୍ୟା ଧମକ

ଜଳେଶ୍ୱର ୧୪।୦୯ : ବିଧାୟକଙ୍କୁ ହତ୍ୟା ଧମକ । ବାଲେଶ୍ୱର ଜିଲ୍ଲା ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ବାଲେଶ୍ୱର ଏସ୍‌ପିଙ୍କ ନିକଟରେ ଏପରି ଅଭିଯୋଗ ଆଣିଛନ୍ତି ଖୋଦ୍‌ ବିଧାୟକ ।

ଖବର ଅନୁଯାୟୀ, ମଙ୍ଗଳବାର ସକାଳ ୮.୩୦ରୁ ୯ଟା ମଧ୍ୟରେ ଏକ ମୋବାଇଲ୍‌ ନମ୍ବରରୁ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଫୋନ୍‌ କରି ହତ୍ୟା ଧମକ ଦେଇଥିଲେ । ସୁପାରୀ କିଲର ସହିତ ୩ଜଣ ଏକ କାର୍‌ ଯୋଗେ ତାଙ୍କୁ ହତ୍ୟା କରିବାକୁ ଆସୁଛନ୍ତି ବୋଲି କହିଥିଲେ । ଏହାପରେ ବିଧାୟକ ବାଲେଶ୍ୱର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ନିକଟରେ  ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତଦନ୍ତ କରି ଯାଜପୁର ଅଞ୍ଚଳରୁ ୩ଜଣ ଦୁର୍ବୃତ୍ତଙ୍କ ଅଟକ ରଖିଛି ଯାଜପୁର ପୋଲିସ । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଯାଜପୁର ଏସ୍‌ପି କହିଛନ୍ତି । ତେବେ କିଏ ଓ କାହିଁକି ତାଙ୍କୁ ଏପରି ହତ୍ୟା ଧମକ ଦେଇଛି । ସେ ବିଷୟରେ ବିଧାୟକ ଜାଣିନଥିବା କହିଛନ୍ତି । ପୋଲିସ ଘଟଣାରେ ତଦନ୍ତ କରୁଛି । ଠିକ୍‌ ସମୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ସେପଟେ ବିଧାୟକଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି ।

Spread the love