ଓ୍ଵାର୍କଆଉଟ୍‌ କରିବା ପରେ ମୁଣ୍ଡବିନ୍ଧା ହେଉଛି କି ? ସାବଧାନ ହୋଇପାରେ ବଡ ସମସ୍ୟା

ଫିଟ୍ ରହିବାକୁ, ପ୍ରତିଦିନ ଓ୍ଵାର୍କଆଉଟ୍‌ କରିବା ଜରୁରୀ । ତେବେ ଅଧିକ ସମୟ ପର୍ଯ୍ୟନ୍ତ ଓ୍ଵାର୍କଆଉଟ୍‌ କରିବା ଦ୍ୱାରା ପ୍ରବଳ ଗରମ ହେବା ସହ ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ ଏବଂ ଗଳା ଶୁଖିଯାଏ । କିନ୍ତୁ ଯଦି ଆପଣ ଓ୍ଵାର୍କଆଉଟ୍‌ କରିବା ସମୟରେ କିମ୍ବା ପରେ ମୁଣ୍ଡବିନ୍ଧା ହେଉଛି, ତେବେ ଏହା ଏକ ଗୁରୁତର ସମସ୍ୟା ହୋଇପାରେ । ଅନେକ ଲୋକ ଅଛନ୍ତି ଯେଉଁମାନେ ପ୍ରାୟତଃ ମୁଣ୍ଡବିନ୍ଧାର ଶିକାର ହୁଅନ୍ତି । ଯଦି ଆପଣ ଓ୍ଵାର୍କ କରିବା, ଜଗିଂ କିମ୍ବା ଓ୍ଵାର୍କଆଉଟ୍‌ କରିବା ସମୟରେ କିମ୍ବା ପରେ ତୁରନ୍ତ ମୁଣ୍ଡବିନ୍ଧା ହେଉଛି । ତେବେ ଏହା ପଛରେ ଅନେକ କାରଣ ଥାଇପାରେ । ତାହେଲେ ଆସନ୍ତୁ ଜାଣିବା ଯେ ଏପରି କାହିଁକି ହୋଇଥାଏ ଏବଂ ଏହାର ପ୍ରତିକାର ।

ଅକ୍ସିଜେନ୍‌ର ଅଭାବ : ଅନେକ ଥର ଓ୍ଵାର୍କଆଉଟ୍‌ କରିବା ସମୟରେ ଶରୀର ସଠିକ୍ ଭାବରେ ଅକ୍ସଜେନ୍‌ ପାଇ ନଥାଏ । ତେବେ ବ୍ରେନ୍‌ରେ ଅକ୍ସିଜେନ୍‌ ଅଭାବ ହେତୁ ମୁଣ୍ଡବିନ୍ଧା ମଧ୍ୟ ହୋଇପାରେ । ଯେତେବେଳେ ଆପଣ ବହୁତ ଓ୍ଵାର୍କଆଉଟ୍‌ କରନ୍ତି । ସେତେବେଳେ ନିଶ୍ୱାସ ନେବାରେ କଷ୍ଟ ହେବା ଗରମ ହେବା ଭଳି ଅନେକ ସମସ୍ୟା ହୋଇଥାଏ । ଏହି କାରଣରୁ ବ୍ରେନ୍‌ ଯଥେଷ୍ଟ ଅକ୍ସିଜେନ୍‌ ପାଇ ନଥାଏ ଯାହା ମୁଣ୍ଡବିନ୍ଧାର କାରଣ ହୋଇପାରେ । ତେଣୁ ଓ୍ଵାର୍କଆଉଟ୍‌ କରିବା ସମୟରେ ଭଲ ନିଶ୍ୱାସ ନିଅନ୍ତୁ ।

ବ୍ଲଡ ପ୍ରେସର ବଢିବା : ଯେତେବେଳେ ଆପଣ ଓ୍ଵାର୍କଆଉଟ୍‌ କରନ୍ତି, ସେତେବେଳେ ବେଳେବେଳେ ବ୍ଲଡ ପ୍ରେସର ଅଧିକ ହୋଇଯାଏ । ଯେଉଁ କାରଣରୁ ବ୍ଲଡ ନର୍ଭକୁ ଯାଇପାରେ ଏବଂ ମୁଣ୍ଡବିନ୍ଧା ମଧ୍ୟ ହୋଇପାରେ । ବିଶେଷକରି ଓ୍ଵାର୍କଆଉଟ୍‌ କରିବା ସମୟରେ ଆପଣ ଧ୍ୟାନ ଦିଅନ୍ତୁ, ଯେପରି ଅଧିକ କରିବେ ନାହିଁ । ଯଦି ଆପଣ ଏହି ସବୁ ଜିନିଷ ଧ୍ୟାନ ନଦେବେ, ତେବେ ଏପରି ପରିସ୍ଥିତିରେ ମୁଣ୍ଡବିନ୍ଧା ହୋଇପାରେ ।

ଡିହାଇଡ୍ରେସନ୍ : ଓ୍ଵାର୍କଆଉଟ୍‌ କରିବା ସମୟରେ ଶରୀରରେ ପାଣିର ଅଭାବ ହୋଇଥାଏ । ଯେତେବେଳେ ଶରୀର ହାଇଡ୍ରେଟ୍ ହୋଇନଥାଏ । ଏପରି ଅବସ୍ଥାରେ ମୁଣ୍ଡବିନ୍ଧାର ସମସ୍ୟା ମଧ୍ୟ ହୋଇପାରେ । ତେଣୁ ଯଦି ଆପଣ ଓ୍ଵାର୍କଆଉଟ୍‌ କରିବା ସମୟରେ ଅତ୍ୟଧିକ ଝାଳ ବୁହାଉଛନ୍ତି, ତେବେ କିଛି ତରଳ ଖାଦ୍ୟ ଗ୍ରହଣ କରନ୍ତୁ । ଏଥିପାଇଁ ଶରୀରକୁ ହାଇଡ୍ରେଟ୍ ରଖନ୍ତୁ ଏବଂ ପ୍ରଚୁର ପାଣି ପିଅନ୍ତୁ ।

ନିଦର ଅଭାବ : ଯଦି ସଠିକ୍‌ ଭାବେ ନିଦ ପୁରା ନ ହୁଏ, ସେହି ସମୟରେ ଆପଣ ମୁଣ୍ଡବିନ୍ଧାର ଶିକାର ହୋଇପାରନ୍ତି । ଏହି କାରଣରୁ ଶରୀର ବହୁତ କ୍ଲାନ୍ତ ଅନୁଭବ କରେ । ବେଳେବେଳେ ଏହା ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇପାରେ । ଯଦି ଆପଣ ଜିମରେ ଅଧିକ ଓ୍ଵାର୍କଆଉଟ୍‌ କରନ୍ତି, ତେବେ ଏଥିପାଇଁ ଆପଣଙ୍କର ଶୋଇବା ସଠିକ୍‌ ରହିବା ଉଚିତ ।

ବ୍ଲଡ ପ୍ରେସର କମ୍‌ ହୋଇଯିବା : ଯେତେବେଳେ ଆପଣ ଅଧିକ ଓ୍ଵାର୍କଆଉଟ୍‌ କରନ୍ତି, ଏହା ବ୍ଲଡ ପ୍ରେସର ଲେବଲକୁ କମ୍‌ କରିପାରେ । ଓ୍ଵାର୍କଆଉଟ୍‌ କରିବା ସମୟରେ ବ୍ଲଡ ପ୍ରେସର କମ୍‌ ହେବା ଯୋଗୁ ହାଇପୋଗ୍ଲାଇସେମିଆ ହୋଇପାରେ । ଯାହା ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇପାରେ । ସେଥିପାଇଁ ଓ୍ଵାର୍କଆଉଟ୍‌ କରିବା ସମୟରେ ଏହି ସବୁ ଜିନିଷ ପ୍ରତି ଅଧିକ ଧ୍ୟାନ ଦେବା ବହୁତ ଜରୁରୀ । ଯଦି ଆପଣ ଏପରି ନକରୁଛନ୍ତି, ତାହେଲେ ଆପଣ ଆଗକୁ ଯାଇ ବଡ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏହା ବ୍ୟତୀତ ଯଦି ଏପରି ସବୁ ସମସ୍ୟା ହେଉଛି, ତାହେଲେ ଡାକ୍ତରଙ୍କ ପରାର୍ମଶ ନିଅନ୍ତୁ ।

Spread the love