ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଗୌଡ଼ଙ୍କୁ ନିଲମ୍ବିତ

ଭୁବନେଶ୍ବର: ୫ଟି କାର୍ଯ୍ୟରେ ଅନିୟମିତତା, ଆର୍ଥିକ ଅନିୟମିତତା ଏବଂ ଅଫିସ ସମୟରେ ମଦ୍ୟପାନ କାରଣରୁ ନୋଡାଲ ନାରାୟଣ ପୃଷ୍ଟି ହାଇସ୍କୁଲର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଗୌଡ଼ଙ୍କୁ ନିଲମ୍ବିତ ହୋଇଛନ୍ତି। ଶ୍ରୀ ଗୌଡ଼ ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ପଇଲିପଡ଼ା ନୋଡାଲ ହାଇସ୍କୁଲରେ ପ୍ରଧାନଶିକ୍ଷକ ପଦରେ ଅବସ୍ଥାପିତ ଅଛନ୍ତି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ, ଶ୍ରୀ ଗୌଡ଼ ନିଲମ୍ବନ ସମୟରେ ସାନଖେମୁଣ୍ଡି ବ୍ଲକ ଶିକ୍ଷା କାର୍ଯ୍ୟଳୟରେ କାମ କରିବେ।

Spread the love