ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଚାହୁଛନ୍ତି କି, ଖାଦ୍ୟରେ ଏହି ପରିବା ଅଧିକ ଖାଆନ୍ତୁ

ଆୟୁର୍ବେଦରେ ସଜନାଛୁଇଁକୁ ଅମୃତ ସମାନ ବୋଲି କୁହାଯାଇଛି। ସଜନାଗଛର ପ୍ରତ୍ୟେକ ଅଂଶ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ସଜନାଛୁଇଁରେ ପୋଟାସିୟମ୍‌, ଫସ୍‌ଫରସ୍, ଆଇରନ୍ ଓ ମିନେରାଲ୍ସ ଭରପୂର ମାତ୍ରାରେ ଥାଏ। ତେଣୁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଏ। ଏହାର ଆଉ କିଛି ସ୍ବାସ୍ଥ୍ୟକାରୀ ଗୁଣଗୁଡ଼ିକ ହେଉଛି

-ସଜନାରେ ଥିବା ରାଇବୋଫ୍ଲୋବିନ୍‌ ରକ୍ତରେ ଶର୍କରାର ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ। ତେଣୁ ମଧୁମେହ ହେବାର ଆଶଙ୍କା ରହେ ନାହିଁ। ମଧୁମେହ ରୋଗୀମାନେ ପ୍ରତିଦିନ ସଜନା ଶାଗ ଖାଇପାରିବେ।

ଆର୍ଥ୍ରାଇଟିସ୍‌ ରୋଗୀଙ୍କ ପାଇଁ ସଜନା ବହୁତ ଲାଭଦାୟକ। ଆଣ୍ଠୁଗଣ୍ଠି ଦରଜ ଦୂର କରିବା ପାଇଁ ସଜନା ଗଛର ଛାଲିର ଗୁଣ୍ଡକୁ ସେବନ କରିବାକୁ ହୁଏ। ଏହାଦ୍ବାରା କଫ ଓ ବାତ ସମସ୍ୟା ମଧ୍ୟ ଦୂର ହୋଇଥାଏ।

-ସଜନା ଶାଗରେ ଥିବା କ୍ଲୋରୋଜେନିକ୍‌ ଏସିଡ୍‌ ଚର୍ବି ହ୍ରାସ କରିବାରେ ସହାୟକ ହୋଇଥାଏ

Spread the love