ପୂଜାପରେ ହାତରେ ବନ୍ଧାଯାଉଥିବା ବ୍ରତ ଶରୀର ପାଇଁ ଏତେ ମାତ୍ରାରେ ଲାଭଦାୟକ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ସାଧାରଣତଃ ଆପଣ ଦେଖିଥିବେ ଯେ ପୂଜାପରେ ବ୍ରାହ୍ମଣ ହାତରେ ଏକ ସୁତା ବାନ୍ଧିବା ପାଇଁ ଦେଇଥାନ୍ତି । ଦଶହରା ପୂଜା ହେଉ କିମ୍ବା ଘରେ ହେଉଥିବା ଯେକୌଣସି ପୂଜା, ହିନ୍ଦୁ ଧର୍ମ ଅନୁସାରେ ହାତରେ ପୂଜାର ବ୍ରତ ଧାରଣ ନକଲେ କୌଣସି ପୂଜା ସମ୍ପୂର୍ଣ୍ଣ ହୋଇପାରି ନଥାଏ । କିନ୍ତୁ ସାଧାରଣତଃ ଅନେକ ଲୋକ ଜାଣିନଥିବେ ଯେ ଏହା ପଛରେ କେବଳ ଧାର୍ମିକ କାରଣ ନୁହେଁ ବରଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଯଦି ଆପଣ ମଧ୍ୟ ଜାଣିନାହାନ୍ତି ତାହେଲେ ଜାଣିରଖନ୍ତୁ ହାତରେ ପୂଜା ବ୍ରତକୁ ଧାରଣ କରିବା ଦ୍ୱାରା ସ୍ୱାସ୍ଥ୍ୟପାଇଁ ଏହା କେତେ ଲାଭଦାୟକ ହୋଇଥାଏ.
ବାତ, ପିତ୍ତ ଓ କଫ
ହାତରେ ବନ୍ଧା ଯାଉଥିବା ଏହି ସୂତାକୁ ରକ୍ଷାସୂତ୍ର କୁହାଯାଇଥାଏ । ଡାକ୍ତରଙ୍କ କହିବା ଅନୁଯାୟୀ ଶରୀରର ଅନେକ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ପହଁଚୁଥିବା ଶିରା ଆମର ହାତ(wrist) ଦେଇ ଯାଇଥାଏ । ଯଦି ଆପଣ ଏହି ରକ୍ଷାସୁତ୍ର ହାତରେ ବାନ୍ଧିଛନ୍ତି ତାହେଲେ ଏହାଦ୍ୱାରା ଆପଣଙ୍କର ସେହି ଶିରା ଗୁଡିକର କ୍ରିୟା ନିୟନ୍ତ୍ରିତ ହୋଇ ରହିବ । ଯେଉଁ କାରଣରୁ ବାତ, ପିତ୍ତ ଏବଂ କଫ ଭଳି ସମସ୍ୟାକୁ ନିୟନ୍ତ୍ରିତ କରାଯାଇପାରିବ ।
ରକ୍ତଚାପ
ଗବେଷକମାନେ ଅନେକ ସମୟ ଧରି ଗବେଷଣା କଲାପରେ ଜାଣିବାକୁ ପାଇଥିଲେ ଯେ ରକ୍ଷାସୁତ୍ର ହାତରେ ବନ୍ଧାଯିବା ଦ୍ୱାରା ହାତର ଶିରାପ୍ରଶିରା ନିୟନ୍ତ୍ରଣରେ ରହିଥାଏ ଯେଉଁ କାରଣରୁ ରକ୍ତଚାପ ଭଳି ସମସ୍ୟା ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।
ମଧୁମେହ
ପୁରୁଷ ଓ ଅବିବାହିତା ଯୁବତୀଙ୍କର ଡାହାଣ ହାତରେ ଏବଂ ବିବାହିତା ମହିଳାମାନଙ୍କର ବାମହାତରେ ଏହି ସୂତ୍ର ବନ୍ଧାଯାଇଥାଏ । ହାତରେ ଏହି ରକ୍ଷାସୁତ୍ର ବାନ୍ଧିବା ଦ୍ୱାରା ମଧୁମେହ ଭଳି ରୋଗ ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।
ହାର୍ଟ ଆଟାକ
ବ୍ରତ ବା ରାକ୍ଷାସୁତ୍ର ଆମ ସ୍ୱାସ୍ଥ୍ୟପାଇଁ ଏତେ ଲାଭଦାୟକ ଯେ ଏହା ଆମକୁ ପାରାଲିସିସ ଓ ହାର୍ଟ ଆଟାକରୁ ମଧ୍ୟ ବଞ୍ଚାଇଥାଏ ।