ଓଡିଶା ସମେତ ୮ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ ୧୨।୫: ଦେଶରେ କରୋନାର ଦ୍ବିତୀୟ ଲହର ମୁକାବିଲା ନେଇ ଚିନ୍ତା ବଢିଛି । ଏଭଳି ସ୍ଥିତିରେ ଆଜି ଓଡ଼ିଶା ସମେତ ୮ଟି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ମିଟ୍ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । କୋଭିଡ୍ ଟିକାକରଣ ଓ କରୋନା ମୁକାବିଲା ନେଇ ରାଜ୍ୟଗୁଡ଼ିକର ମତାମତ ନେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।

ଓଡ଼ିଶା ସମେତ ଜମ୍ମୁ କଶ୍ମୀର, ଉତ୍ତରାଖଣ୍ଡ, ହରିୟାଣା, ପଞ୍ଜାବ, ବିହାର, ଝାଡଖଣ୍ଡ, ଓ ତେଲେଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଆଲୋଚନା କରିବେ । ସଂକ୍ରମଣ ଭିତରେ ରାଜ୍ୟଗୁଡ଼ିକୁ ଟିକା ଯୋଗାଣ କମିବା ଯୋଗୁଁ ବାଧାପ୍ରାପ୍ତ ହୋଇଛି ଟିକାକରଣ ।

ଏବେ ଦ୍ବିତୀୟ ଡୋଜ୍ ଟିକାକରଣକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଥମିକତା ଦେଉଛନ୍ତି । ଆଗକୁ କିଭଳି ଅଧିକ ଟିକା ମିଳିବ ସେ ପ୍ରସଙ୍ଗ ଆଜିର ବୈଠକରେ ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଉଠାଇ ପାରନ୍ତି । ସେହିପରି ୧୮ରୁ ୪୪ବର୍ଷଙ୍କୁ ଟିକାକରଣ ବାବାଦରେ ବି ଆଲୋଚନା ହୋଇପାରେ ।

Spread the love