ଛୋଟ ଛୁଆଙ୍କୁ ଚା-କଫି ପିଇବାକୁ ଦେଉଛନ୍ତି କି ? ଏଥିପ୍ରତି ସଚେତନ ରୁହନ୍ତୁ
ଭାରତର ଅଧିକାଂଶ ଲୋକ ଚା ପିଇ ନିଜ ଦିନ ଆରମ୍ଭ କରନ୍ତି । ଚା ’ବିନା ସକାଳର ଆରମ୍ଭ କରିବା ଲୋକଙ୍କ ପାଇଁ କଷ୍ଟକର ହୋଇଯାଏ । କିଛି ଲୋକ ଅଛନ୍ତି ଯେଉଁମାନେ ସକାଳୁ ଉଠିବା ମାତ୍ରେ ଚା ପିଇବା ପାଇଁ ଚାହାଁନ୍ତି କିନ୍ତୁ ଆଜିକାଲି ପରିସ୍ଥିତି ଏପରି ଯେ ଛୋଟ ପିଲାମାନେ ମଧ୍ୟ ଚା ପିଇବା ଅଭ୍ୟାସ କରିଥାନ୍ତି । ଚା-କଫି ପିଇବା ଯେତିକି ଭଲ ସେତିକି ଖରାପ ମଧ୍ୟ ହୋଇଥାଏ । ଚା-କଫି ପିଇବା ଦ୍ୱାରା ଶରୀରରେ ଅନେକ ପ୍ରକାରର କ୍ଷତି ହୋଇଥାଏ ।
ତେବେ ବୟସ୍କମାନଙ୍କ ପରି ପିଲମାନେ ମଧ୍ୟ ଦିନକୁ ଦୁଇରୁ ତିନିଥର ଚା ପିଇଥାନ୍ତି । ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ପିଲା ଚା ପିଇବାକୁ ଜିଦ୍ ଧରିଥାଏ ଏବଂ ଆପଣ ତାଙ୍କ ଜିଦ୍କୁ ପୂରଣ କରନ୍ତି, ତେବେ ଜାଣନ୍ତୁ ଯେ ଆପଣ ପିଲାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ, ବାସ୍ତବରେ ଚା କିମ୍ବା କଫି ହେଉ, ଏଥିରେ ଅଧିକ କଫିନ୍ ଏବଂ ଚିନି ଥାଏ । ଏହାକୁ ପିଇବା ଦ୍ୱାରା ନିଦ ଭଲ ହୋଇ ନଥାଏ ଏବଂ ଶରୀର ଧୀରେ ଧୀରେ ବହୁତ ଦୁର୍ବଳ ମଧ୍ୟ ହେବାକୁ ଲାଗେ । ଏପରି ବହୁତ କିଛି ସମସ୍ୟା ରହିଛି ଯାହା ଶରୀର ପାଇଁ ବହୁତ କ୍ଷିତକାରକ ହୋଇଥାଏ ।
ପ୍ରକୃତରେ ଛୋଟ ପିଲାଙ୍କୁ ଚା-କଫି ପିଇବା ଅଭ୍ୟାସ କରାଇବା ଭୁଲ୍ ହୋଇଥାଏ । କାରଣ ଛୋଟ ପିଲାମାନେ ଚା-କଫି ପିଇବା ଦ୍ୱାରା ଅନେକ ପ୍ରକାରର ସମସ୍ୟାକୁ ସାମ୍ନା କରିଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ବୟସର ପିଲାମାନଙ୍କୁ ଚା-କଫି ଦିଆଯିବା ଉଚିତ୍ ଏବଂ ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପଡିଥାଏ ।
ଶିଶୁରୋଗ ବିଶେଷଜ୍ଞଙ୍କ ଅନୁଯାୟୀ, ୧୪ ବର୍ଷରୁ କମ୍ ପିଲାମାନଙ୍କୁ ଭୁଲରେ ମଧ୍ୟ ଚା କିମ୍ବା କଫି ଦିଆଯିବା ଉଚିତ୍ ନୁହେଁ । ଏହା ସେମାନଙ୍କୁ କ୍ଷତି ପହଞ୍ଚାଇପାରେ । ଯଦି ଆପଣଙ୍କ ପିଲା ଚା କିମ୍ବା କଫି ପିଉଛନ୍ତି ତେବେ ତୁରନ୍ତ ବନ୍ଦ କରନ୍ତୁ । ବାସ୍ତବରେ କଫିରେ କଫିନ୍ ମିଳିଥାଏ, ଯାହା ମସ୍ତିଷ୍କକୁ ଉତେଜିତ କରିଥାଏ ଏବଂ ହୃଦସ୍ପନ୍ଦନକୁ ବଢ଼ାଇବାରେ କମ କରିଥାଏ ।
ଏହା ଗ୍ୟାଷ୍ଟିକ୍ ଏସିଡିଟି, ହାଇପର ଏସିଡିଟି ଏବଂ ଦେହ ଧରିବା ଭଳି ସମସ୍ୟା ଦେଖାଦେଇଥାଏ । ଏହି କାରଣରୁ ପିଲାମାନଙ୍କର ନିଦ ମଧ୍ୟ ଠିକ୍ ହୋଇନଥାଏ । ଯାହା ଫଳରେ ଅନେକ ସମସ୍ୟା ଉପୁଜିଥାଏ ।
ଆହୁରି ମଧ୍ୟ କୁଯାହାଇଛି ଯେ ଚା’ରେ ଟେନିନ୍ ମିଳିଥାଏ, ଯାହା ପିଲାମାନଙ୍କର ଦାନ୍ତ ଏବଂ ହାଡକୁ ଦୁର୍ବଳ କରିଦେଇଥାଏ । ଅନେକ ଛୋଟ ପିଲାମାନେ ମଧ୍ୟ ଚା’ରେ ଅଭ୍ୟସ୍ତ ହେଉଛନ୍ତ ତେଣୁ, ଏହା ସେମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ । କାରଣ ଚା ଏବ କଫିରେ ଥିବା ଟେନିନ ଏବଂ କଫିନ୍ ପିଲାମାନଙ୍କର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ । ତେଣୁ ଯଦି ଆପଣଙ୍କ ଛୁଆ ଏଥିରେ ଅଭ୍ୟସ୍ତ ଅଛନ୍ତି ସେମାନଙ୍କୁ ତୁରନ୍ତ ରୋକନ୍ତୁ ନଚେତ୍ ଏପରି ସମସ୍ୟାରେ ସମ୍ମୁଖୀନ ହେବେ ।
ଯଦି ଆପଣ ଚାହଁନ୍ତି ତେବେ ଛୁଆ ମାନଙ୍କୁ ହେଲଦି ଡ୍ରିଙ୍କ କରି ଦେଇପାରିବେ । ଯେମିତିକି କ୍ଷୀରରେ ଅଳ୍ପ ହଳଦୀ ମିଶାଇ ଦିଅନ୍ତୁ ଏବଂ ସକାଳ କିମ୍ବା ସଂଧ୍ୟା ସମୟରେ ଖାଲି କ୍ଷୀର ମଧ୍ୟ ଦେଇପାରିବେ ଯାହା ଦ୍ୱାରା ପିଲାମାନଙ୍କ ମାଇଣ୍ଡ ସାର୍ଫ ହେବ । ବହୁତ କିଛି ସମସ୍ୟାରୁ ମୁକ୍ତି ମଧ୍ୟ ପାଇପାରିବେ ।