ବୋରିଗୁମାରେ ବ୍ୟାପୁଛି ଝାଡାବାନ୍ତି

ବୋରିଗୁମା ୨୦/୦୮: ବୋରିଗୁମ୍ମା ବ୍ଲକ ହରଡାଗୁଡା ପଞ୍ଚାୟତ ଡମ୍ବତୁରୁଞ୍ଜି ଗ୍ରାମରେ ପହଂଚିଲା ଡାକ୍ତର ଟିମ । ଉପାନ୍ତ ଅଞ୍ଚଳ ଡମ୍ବ ତୁରୁଞ୍ଜି ଗ୍ରାମରେ ଝାଡାବାନ୍ତି ଖବର ପାଇ ଚାରି ପାଞ୍ଚ ଦିନ ଧରି ଡାକ୍ତର ଟିମ ଉପାନ୍ତ ଅଞ୍ଚଳକୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଯାଉଥିଲେ । କୋରାପୁଟ ଦଶମନ୍ତପୁର ଦେଇ ଯିବାକୁ ପଡୁଥିଲା ।ପୁଣି ପାଞ୍ଚ କିଲୋମିଟର ଚାଲି ଚାଲି ଜୀବନକୁ ବାଜି ଲଗାଇ ଯିବାକୁ ପଡୁଥିଲା । ହେଲେ ବୋରିଗୁମ୍ମା ବ୍ଲକ କାଠରଗୋଡା ଦେଇ ଯିବାକୁ ହେଲେ ଚାବେରୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଡାକ୍ତର ଟିମ୍‌ ଗାଁକୁ ପହଁଚି ପାରୁନଥିଲେ । ଶେଷରେ ଡାକ୍ତର ଟିମକୁ ନଈ ପାର କରିବା ପାଇଁ ଓଡ୍ରାଫ ଟିମ ପହଂଚି ଡାକ୍ତର ଟିମକୁ ନଈ ପାର କରି ପ୍ରଭାବିତ ଅଞ୍ଚଳକୁ ପହଞ୍ଚାଇଲେ ।

ଡମ୍ବତୁରୁଞ୍ଜି, ପଟିଆସିଲ ଗରୁଡ଼ ଗଛ ଗ୍ରାମର ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଇଥିଲେ ସଚେତନ କରାଇଥିଲେ । ବର୍ତ୍ତମାନ ଝାଡା ବାନ୍ତି ଆକ୍ରାନ୍ତ ନିୟନ୍ତ୍ରଣରେ ରହିଛି । ତଥାପି ଡାକ୍ତର ଟିମ ସଜାଗ ରହିଥିବା କହିଛନ୍ତି ଡାକ୍ତର ଦିଲୀପ କୁମାର ନାଥ ।ଚାବେରୀ ନଈ ଉପରେ ପୋଲ ନିର୍ମାଣ ହୋଇନଥିବା ଯୋଗୁଁ ରୋଗୀ ଜୀବନକୁ ବାଜି ଲଗାଇ ଭରା ନଈ ପାର ହୋଇ ବୋରିଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିବାକୁ ପଡେ । କେତେବେଳେ ରୋଗୀକୁ ଷ୍ଟ୍ରେଚେର ତୋ କେତେବେଳେ ଗର୍ଭବତୀ ମହିଳାଙ୍କୁ ରସ ହଣ୍ଡାରେ ନଈ ପାର କରି ମେଡ଼ିକାଲ ନେଉଥିବା ନଜରକୁ ଆସିଛି ।

Spread the love