ଏସବୁ ବ୍ୟକ୍ତି ଭୁଲ୍‌ରେ ବି ଖାଆନ୍ତୁନି ବାଦାମ, ଚାଲିଯାଇପାରେ ଜୀବନ

ଶୀତଦିନେ ବଜାରରେ ବାଦାମର ପସରା ଦେଖିବାକୁ ମିଳେ। ବାଦାମ ଶରୀର ପାଇଁ ଖୁବ୍‌ ଭଲ ହୋଇଥିବାରୁ ପିଲାଠୁ ବୁଢ଼ା ଯାଏଁ ସମସ୍ତେ ଏହାକୁ ପସନ୍ଦ କରିଥାନ୍ତି। ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଛି। ପୋଟାସିୟମ୍‌, ଆଇରନ୍‌, ଜିଙ୍କ ଓ ଭିଟାମିନ୍‌-ଇ ଗୁଣରେ ଭରପୂର ବାଦାମ ଶରୀରକୁ ଭିତରୁ ଉଷ୍ଣ ରଖେ। କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ଏହା ଶରୀରର କେତେକ କ୍ଷତି ବି କରିଥାଏ। ତେବେ ଆସନ୍ତୁ ଜାଣିବା କେଉଁମାନେ ବାଦାମ ଖାଇବା ଅନୁଚିତ…
ଆଲର୍ଜି ଥିଲେ ଖାଆନ୍ତୁ ନାହିଁ:
ଅଧିକ ବାଦାମ ଖାଇଲେ ସ୍କିନ୍‌ ଆଲର୍ଜି ହୋଇପାରେ। ଏଥିପାଇଁ ହାତ ଗୋଡ଼ କୁଣ୍ଡାଇ ହେବା, ମୁହଁ ଫୁଲିଯିବା କିମ୍ବା ତ୍ୱଚାରେ ନାଲି ନାଲି ଫଳିବା ଆଦି ସମସ୍ୟା ଦେଖାଯାଏ। ବାଦାମ ଶରୀରକୁ ଗରମ ରଖୁଥିବାରୁ ଆପଣ ଶୀତ ଦିନେ ଏହାକୁ ସୀମିତ ମାତ୍ରାରେ ଖାଇପାରିବେ।

ଏସିଡିଟି ହୋଇପାରେ:
ଅଧିକ ମାତ୍ରାରେ ବାଦାମ ଖାଇବା ଦ୍ୱାରା ପାଚନ ତନ୍ତ୍ର ଖରାପ ହୋଇପାରେ। ଫଳରେ କୋଷ୍ଠକାଠିନ୍ୟ, ଗ୍ୟାସ୍‌, ଏସିଡିଟି ଓ ଛାତି ପୋଡ଼ା ଭଳି ପେଟ ରୋଗ ହୋଇପାରେ।

ବଢ଼ିପାରେ ଜଏଣ୍ଟ ପେନ୍‌:
ଆର୍ଥରାଇଟିସ୍‌ ବା ଜଏଣ୍ଟ ପେନ୍‌ ସମସ୍ୟା ସହ ଯୁଝୁଥିବା ବ୍ୟକ୍ତି ବାଦାମ ଠାରୁ ଦୂରେଇ ରୁହନ୍ତୁ। ଏଥିରେ ଲେକ୍ଟିନ୍‌ ରହିଥାଏ, ଯାହା ପୀଡ଼ା ଓ ଫୁଲାକୁ ବଢ଼ାଇଦିଏ।

ଲିଭର ଖରାପ ହେବାର ଆଶଙ୍କା ବଢ଼େ:
ଅଧିକ ପରିମାଣରେ ବାଦାମ ଖାଇବା ଦ୍ୱାରା ଶରୀରରେ ଅଫଲା ଟକ୍ସିନ୍‌ର ମାତ୍ରା ବଢ଼ିଯାଏ। ଏହା ଏକ ହାନିକାରକ ପଦାର୍ଥ, ଯାହା ଲିଭରକୁ ଦୁର୍ବଳ କରିଦିଏ।

Spread the love