ଭୁଲ୍‌ରେ ବି ଖାଆନ୍ତୁ ନାହିଁ କଞ୍ଚା ଗଜା ମୁଗ, ଜାଣନ୍ତୁ ଏହାକୁ ଖାଇବାର ସଠିକ୍‌ ଶୈଳୀ

ଗଜା ମୁଗ କିମ୍ବା ଗଜା ବୁଟ ଏକ ହେଲ୍‌ଦି ଖାଦ୍ୟ। ଏହା ହାଲ୍‌କା ହୋଇଥିବାରୁ ଶୀଘ୍ର ହଜମ ହୋଇଯାଏ। ଫଳରେ ସବୁ ବୟସର ଲୋକମାନେ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି। ଶରୀରର ବିଭିନ୍ନ ସମସ୍ୟା ଦୂର କରିବାରେ ମଧ୍ୟ ସ୍ପାଉଟ୍‌ ବା ଗଜା ମୁଗ ସାହାଯ୍ୟ କରେ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଓ ଭିଟାମିନ୍‌ ଡି ସମେତ ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା ଶରୀର ବୃଦ୍ଧିରେ ମଧ୍ୟ ସାହାଯ୍ୟ କରେ। କିନ୍ତୁ ଅଧିକାଂଶ ଲୋକ ଏହାକୁ ଖାଇବାର ଠିକ୍‌ ଢଙ୍ଗ ଜାଣି ନାହାନ୍ତି। ତେବେ ଆଜି ଆସନ୍ତୁ ଜାଣିବା ଗଜା ମୁଗ, ବୁଟ ଖାଇବାର ସଠିକ୍‌ ଉପାୟ ଓ ଠିକ୍‌ ସମୟ…

କଞ୍ଚା ଗଜା ମୁଗ କିମ୍ବା ବୁଟ ଖାଆନ୍ତୁ ନାହିଁ:

କଞ୍ଚାରେ ଏହି ଅଙ୍କୁରିତ ଖାଦ୍ୟ ଖାଇବା ଯୋଗୁ ଦେହ ଖରାପ ହୋଇପାରେ। କାରଣ କଞ୍ଚା ଥିବା ବେଳେ ଏଥିରେ ବ୍ୟାକ୍ଟେରିଆ ଥାଆନ୍ତି। ଫଳରେ କିଛି ଲୋକଙ୍କ ଠାରେ ପେଟ କାମୁଡ଼ା, ବାନ୍ତି, ଝାଡ଼ା ଭଳି ସମସ୍ୟା ଦେଖିବାକୁ ମିଳେ। କଞ୍ଚାରେ ଏସବୁକୁ ଗଜା କରି ଖାଇଲେ ଫୁଡ୍‌ ପଏଜନିଂର ସାମ୍ନା କରିବାକୁ ମଧ୍ୟ ପଡ଼ିପାରେ। ଗର୍ଭବତୀ ମହିଳା ଗଜା ମୁଗ କିମ୍ବା ବୁଟ ନ ଖାଇବା ଭଲ।

ସ୍ପାଉଟ୍‌ ଖାଇବାର ଠିକ୍‌ ଉପାୟ:

ଅଧିକାଂଶ ଲୋକ କଞ୍ଚା ସ୍ପାଉଟ୍‌ ଖାଇଥାନ୍ତି ଓ ଏମାନଙ୍କର କିଛି ଅସୁବିଧା ହୋଇନଥାଏ। କିନ୍ତୁ କିଛି ଲୋକଙ୍କୁ ଏହା ଦ୍ୱାରା ପେଟ ରୋଗର ସାମ୍ନା କରିବାକୁ ପଡ଼େ। ଏଣୁ ଆପଣ ଖାଇବା ପୂର୍ବରୁ ଗଜା ମୁଗ କିମ୍ବା ବୁଟକୁ ଏକ ପ୍ୟାନ୍‌ରେ ଟିକେ ତେଲ ପକାଇ ଭାଜି ଦିଅନ୍ତୁ। ପରେ ଲୁଣ ପାଣିରେ ୫-୧୦ ମିନିଟ୍‌ ପାଇଁ ଫୁଟାନ୍ତୁ। ଏମିତି କଲେ ବ୍ୟାକ୍ଟେରିଆ ମରିଯିବେ। ଫଳରେ କିଛି ଅସୁବିଧା ହେବ ନାହିଁ।

କ’ଣ କୁହନ୍ତି ଏକ୍ସପର୍ଟ:

ଏକ୍ସପର୍ଟଙ୍କ କହିବାନୁସାରେ, କଞ୍ଚା ସ୍ପାଉଟ୍‌ ତୁଳନାରେ ସିଝା ସ୍ପାଉଟ୍‌ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ। ଶରୀର ମଞ୍ଜି ଓ ଚୋପାର ସମସ୍ତ ପୋଷକ ତତ୍ତ୍ୱକୁ କଞ୍ଚାରେ ଅବଶୋଷିତ କରିପାରିନଥାଏ। ଏଭଳି ସ୍ଥିତିରେ ସିଝା ସ୍ପାଉଟ୍‌ସ ଖାଇବା ଲାଭଦାୟକ ହୋଇପାରେ।

Spread the love