କମଳା ଚୋପାକୁ ଖାଇଲେ ମିଳିଥାଏ ଅନେକ ଫାଇଦା, ଜାଣନ୍ତୁ

ଫଳ ସ୍ୱାସ୍ଥ୍ୟ ପାଇଁ ହିତକାରୀ | ଋତୁ ଅନୁଯାୟୀ ମିଳୁଥିବା ଫଳ କିଛି କିଛି ଖାଇବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଥାନ୍ତି। ବିଶେଷ ଭାବେ ଶୀତ ଋତୁରେ ମିଳୁଥିବା କମଳାରେ ପ୍ରଚୁର ମାତ୍ରାରେ ଭିଟାମିନ ସି, ଏ, ବି, ପୋଟାସିୟମ, ଫାଇବର, କ୍ୟାଲସିୟମ, ଫସଫରସ, ମ୍ୟାଗନେସିୟମ ମହଜୂତ ଥାଏ । ଯାହା ଶରୀରକୁ ସୁସ୍ଥ ରଖିବାରେ ବିଶେଷ ଭୂମିକା ନିଭେଇଥାଏ । ଆଉ କରୋନା ସମୟରେ ଏହା ସର୍ବାଧିକ ବ୍ୟବହୃତ ହୋଇଥିବା ଫଳ ତାଲିକାର ଶୀର୍ଷରେ ବି ରହିଛି ।କମଳାରେ ଭିଟାମିନ୍‌ ସି ପ୍ରଚୁର ମାତ୍ରାରେ ରହିଛି। ଏହା ଆଣ୍ଟି ଅକ୍ସିଡେଣ୍ଟରେ ମଧ୍ୟ ଭରପୂର। କମଳା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କମଳା ଭଳି ଏହାର ଚୋପା ମଧ୍ୟ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଫ୍ଲେଭୋନୋଇଡସ୍‌ ଅଧିକ ମାତ୍ରାରେ ରହିଛି। ସେହିପରି ଫାଇଟୋକେମିକାଲ୍ସ ବି ମହଜୁଦ ଅଛି, ଯାହାକି ବିଭିନ୍ନ ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରିଥାଏ।

ଏହାଛଡ଼ା କମଳା ଚୋପାରେ କପର, କ୍ୟାଲ୍‌ସିୟମ, ମ୍ୟାଗ୍ନେସିୟମ୍‌, ଫୋଲେଟ୍‌, ଭିଟାମିନ୍‌ ଏ ଏବଂ ଫାଇବର ଭରପୂର ମାତ୍ରାରେ ରହିଛି। ତେଣୁ କମଳା ଖାଇବାକୁ ପସନ୍ଦ କରୁଥିବା ବ୍ୟକ୍ତି ଏହାର ଚୋପା ମଧ୍ୟ ଖାଇବା ଉଚିତ।

. କମଳା ଚୋପାରେ କ୍ୟାଲୋରୀ କମ୍‌ ରହିଥାଏ ଏବଂ ଏହା ଡାଇଟରୀ ଫାଇବରରେ ଭରପୂର ଥାଏ। ଏହା ଆପଣଙ୍କ ଭୋକକୁ ନିୟନ୍ତ୍ରିତ କରିଥାଏ।

. ଅଧ୍ୟୟନରୁ ଜଣାପଡ଼ିଛି, କମଳା ଚୋପାରେ ଲିମୋନେନ୍‌, ଡିକାନଲ୍‌ ଏବଂ ସାଇଟ୍ରାଲ ଭଳି ଯୌଗିକ ପଦାର୍ଥ ରହିଛି, ଯାହା ଆଖିକୁ ସୁସ୍ଥ ରଖିଥାଏ।

. ଏଥିରେ ଥିବା ଫାଇବର ମାତ୍ରା ପାଚନକୁ ମଜଭୁତ କରିଥାଏ। ପାଚନ ସମ୍ବନ୍ଧୀୟ ସମସ୍ୟାର ଉପଚାର ପାଇଁ ପ୍ରାଚୀନ କାଳରେ କମଳା ଚୋପାକୁ ଉପଯୋଗ କରାଯାଉଥିଲା।

. କମଳା ଚୋପା ତ୍ୱଚା ପାଇଁ ବହୁତ ଭଲ କାମ ଦେଇଥାଏ। କାରଣ, ଏହା ବ୍ଲାକ୍‌ହେଡ୍‌ସ, ମୃତ କୋଶିକା, ବ୍ରଣ ଆଦି ସମସ୍ୟାକୁ ଦୂର କରିଥାଏ।

. ଏହା ଡାଇବେଟିଜ୍‌ ରୋଗୀଙ୍କ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ।

Spread the love