ଖାଦ୍ୟ ସେବନ ପରେ କରନ୍ତୁ ନାହିଁ ଏହି କାମ

ଖରାଦିନେ ସାଧାରଣତଃ ଲୋକେ ଦୁଇରୁ ତିନି ଥର ସ୍ନାନ କରିଥାଆନ୍ତି। ଏହି ସମୟରେ ଲୋକେ କିଛି ଏଭଳି ଭୁଲ୍‍ କରିଥାଆନ୍ତି, ଯାହା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଅନେକ ଲୋକେ ରାତିରେ ଖାଦ୍ୟ ଖାଇବା ପରେ ଗାଧୋଇ ଥାଆନ୍ତି। ଏପରି କରିବା ଦ୍ୱାରା ଶରୀରରେ ଅନେକ ରୋଗ ଓ ସମସ୍ୟା ସୃଷ୍ଟି ହୋଇଥାଏ। ଖାଦ୍ୟ ସେବନ ପରେ ସ୍ନାନ କରିବା ଦ୍ୱାରା ଓଜନ ବୃଦ୍ଧି ହେବା ସହ ଏସିଡିଟି ଓ କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ସକାଳ ସମୟରେ ଜଳଖିଆ ଖାଇବା ପରେ ହେଉ କିମ୍ବା ରାତିରେ ଖାଦ୍ୟ ଖାଇବା ପରେ ତୁରନ୍ତ ଗାଧୋଇବା ଉଚିତ ନୁହେଁ। ଏହାଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ହୋଇଥାଏ। ଗାଧୋଇବା ପରେ ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ। ଫଳରେ ଖାଦ୍ୟ ସଠିକ ଭାବେ ହଜମ ହୋଇନଥାଏ।ଅଧିକାଂଶ ଲୋକେ ଖାଦ୍ୟ ଖାଇବାର ତୁରନ୍ତ ପରେ ଫଳ ଖାଇଥାଆନ୍ତି। ଏହାଦ୍ୱାରା ଏସିଡିଟି ସମସ୍ୟା ହୋଇଥାଏ।କିଛି ଲୋକେ ଖାଦ୍ୟ ଖାଇବା ପରେ ପହଁରିଥାଆନ୍ତି। ଏପରି କରିବା ଦ୍ୱାରୋ ଓଜନ ବୃଦ୍ଧି ହୋଇଥାଏ।
ଖାଦ୍ୟ ଖାଇବାର ତୁରନ୍ତ ପରେ ଅଧିକାଂଶ ଲୋକେ ଶୋଇଥାଆନ୍ତି। ଏହାଦ୍ୱାରା ହଜମ ଜନିତ ସମସ୍ୟା ସୃଷ୍ଟି ହେବା ସହ ଶରୀରର ଅନେକ ସମସ୍ୟା ହୋଇଥାଏ। ହଜମ କ୍ରିୟା ଉପରେ କୁପ୍ରଭାବ ପଡିଥାଏ। ଖାଦ୍ୟ ଖାଇବା ପରେ ତୁରନ୍ତ ଶୁଅନ୍ତୁ ନାହିଁ।

Spread the love