ଫ୍ରିଜ୍‌ରେ ଥିବା ମାଛ-ମାଂସରେ ୩୦ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ କରୋନା ଭୂତାଣୁ

କରୋନା ମହାମାରୀ ସଂକ୍ରମଣକକୁ ବିସ୍ତାର କରୁଥିବା ସାର୍ସ-କୋଭ୍‌-୨ ଭୂତାଣୁ ସମ୍ବନ୍ଧରେ ଏକ ଅଧ୍ୟୟନରେ ଏକ ବଡ଼ ଦାବି କରାଯାଇଛି। ଆମେରିକୀୟ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଭୂତାଣୁ ଫ୍ରିଜରେ ରଖାଯାଇଥିବା ମାଂସ ଏବଂ ମାଛରେ ୩୦ ଦିନ ପର୍ଯ୍ୟନ୍ତ ବଞ୍ଚିପାରିବ। ଜର୍ନାଲ ଅଫ ଆପ୍ଲାଏଡ ଆଣ୍ଡ ଏନଭାର୍ନମେଣ୍ଟ ମାଇକ୍ରୋବିଓଲୋଜିରେ ପ୍ରକାଶିତ ଏକ ଅନୁସନ୍ଧାନରେ ଏହା ଦାବି କରାଯାଇଛି। ବିଭିନ୍ନ ମାଂସ ଉପରେ ଏହି ଭୂତାଣୁର ସ୍ପାଇକ ବ୍ୟବହାର ଲାଗି ଏହି ଅଧ୍ୟୟନ କରାଯାଇଥିଲା।

ଅନୁସନ୍ଧାନକାରୀମାନେ ଚାରି ଡିଗ୍ରୀ ତାପମାତ୍ରାରେ ଫ୍ରିଜରେ ମାଂସ ଏବଂ ମାଛ ରଖିଥିଲେ । ଯେତେବେଳେ ଫ୍ରିଜରରେ ସେଗୁଡିକ ମାଇନସ ୨୦ଡିଗ୍ରୀ ତାପମାତ୍ରାରେ ରଖାଯାଇଥିଲା । ଯୁକ୍ତରାଷ୍ଟ୍ରର କ୍ୟାମ୍ପବେଲ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଏମିଲି ଏସ. ବେଲି କହିଛନ୍ତି ଯେ ଘରେ ପ୍ରାୟତଃ ୩୦ ଦିନ ପର୍ଯ୍ୟନ୍ତ ଫ୍ରିଜରେ ମାଂସ ସଂରକ୍ଷଣ ହୋଇ ନଥାଏ। କିନ୍ତୁ ଆବଶ୍ୟକ ପଡ଼ିଲେ ଆପଣ ଏହାକୁ ଅଧିକ ସମୟ ଫ୍ରିଜରେ ରଖିଯାଇଥାଏ। ବେଲି ଏକ ବିବୃତ୍ତିରେ କହିଛନ୍ତି ଯେ ଆମେ ଦୀର୍ଘ ସମୟ ପର୍ଯ୍ୟନ୍ତ ଫ୍ରିଜ ଅବା ଫ୍ରିଜରରେ ଥିବା ମାଂସ ଏବଂ ମାଛରେ କରୋନା ଭୂତାଣୁ ସକ୍ରିୟ ରହିଥିବା ଜାଣିବାକୁ ପାଇଛୁ। ଏହି କ୍ଷେତ୍ରରେ ଏହା ସଂକ୍ରମଣର କାରଣ ହୋଇପାରେ। ସେ କହିଛନ୍ତି ଯେ ଆମେ ପରୀକ୍ଷା କରିବାକୁ ଚାହୁଁଛୁ କି ଏପରି ଶୀତଳ ପରିବେଶରେ କରୋନା ଭୂତାଣୁ ବଞ୍ଚିପାରିବେ କି?

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଖାଦ୍ୟ ସାମଗ୍ରୀ ଏବଂ ଶ୍ରମିକଙ୍କ ହାତ ଏବଂ ବାସନକୁସନ ଯେପରିକି ଛୁରୀ ଇତ୍ୟାଦିରୁ ସଂକ୍ରମଣକୁ ରୋକିବା ଆବଶ୍ୟକ। ଏହି ଖାଦ୍ୟଗୁଡ଼ିକୁ ପ୍ୟାକ କରିବା ପୂର୍ବରୁ ଭୂତାଣୁ ମୁକ୍ତ ଲାଗି ପର୍ଯ୍ୟାପ୍ତ ସୁରକ୍ଷା ଜରୁରୀ ବୋଲି ସେମାନେ କହିଛନ୍ତି।

Spread the love