ଶରୀରର ଏହି ସବୁ ଅଙ୍ଗ ହେଉଛି କୁଣ୍ଡେଇ, ତା’ହେଲେ ମିଳିପାରେ ଶୁଭ ସଙ୍କେତ, ଜାଣନ୍ତୁ କ’ଣ

ସାଧାରଣତଃ ଆପଣ ଶୁଣିଥିବେ କି, ହାତ କୁଣ୍ଡେଇ ହେଲେ ପଇସା ଆସିଥାଏ। କିନ୍ତୁ କହି ରଖୁଛୁ, ଶରୀରର କିଛି ଅଙ୍ଗ କୁଣ୍ଡେଇ ହେବା ମଧ୍ୟ ବହୁତ ଶୁଭ ହୋଇଥାଏ। ଏମିତିରେ ଯଦି ସକାଳୁ ଉଠିଲେ ଆପଣଙ୍କର କୌଣସି ଅଙ୍ଗ କୁଣ୍ଡେଇ ହେବାକୁ ଲାଗେ, ତା’ହେଲେ ଏହା ଅତ୍ୟନ୍ତ ଶୁଭ ହୋଇପାରେ। ଆସନ୍ତୁ ଜାଣିବା, ସକାଳୁ ଉଠୁ ଉଠୁ କେଉଁ ଅଙ୍ଗ କୁଣ୍ଡେଇ ହେଲେ ଶୁଭ ହୋଇଥାଏ।

ଓଠ ଆଖପାଖରେ କୁଣ୍ଡେଇ ହେବା: ସକାଳୁ ଉଠିଲେ ଯଦି ଆପଣଙ୍କ ଓଠ ଆଖପାଖରେ କୁଣ୍ଡେଇ ହେଉଛି, ତା’ହେଲେ ଏହା ଆପଣଙ୍କ ଲଭ୍‌ ଲାଇଫ୍‌କୁ ଭଲ ସଙ୍କେତ ଦେଉଛି।

କାନ କୁଣ୍ଡେଇ ହେବା: ସକାଳ ସମୟରେ ଯଦି ଆପଣଙ୍କ କାନ କୁଣ୍ଡେଇ ହେଉଛି, ତା’ହେଲେ ଏହାର ଅର୍ଥ ହେଉଛି କି, ଆପଣଙ୍କୁ ଧନଲାଭ ହୋଇପାରେ କିମ୍ବା ଚାକିରିରେ ପ୍ରମୋଶନ ହେବାର ଅଛି।

ହାତ କୁଣ୍ଡେଇ ହେବା: ଏହାର ଅର୍ଥ ହେଉଛି, ଆପଣଙ୍କ ପାଖକୁ ପଇସା ଆସିବାର ଅଛି। ମହିଳାଙ୍କ ବାମ ହାତ ଏବଂ ପୁରୁଷଙ୍କ ଡାହାଣ ହାତରେ କୁଣ୍ଡେଇ ହେବା ଆର୍ଥିକ ଲାଭ ଆଡ଼କୁ ସଙ୍କେତ ଦେଇଥାଏ।

ଛାତିରେ କୁଣ୍ଡେଇ ହେବା: ସକାଳ ବେଳା ଯଦି ମହିଳାଙ୍କ ଛାତିରେ କୁଣ୍ଡେଇ ହେଉଛି, ତା’ହେଲେ ଏହାର ଅର୍ଥ ହେଲା ସେମାନେ କୌଣସି ବ୍ୟକ୍ତିଙ୍କୁ ଭେଟିପାରନ୍ତି, ଯାହାଙ୍କୁ ଦୀର୍ଘଦିନରୁ ଭେଟିବା ପାଇଁ ଅପେକ୍ଷା କରି ରହିଥିବେ। ସେପଟେ ପୁରୁଷଙ୍କ ଛାତିରେ କୁଣ୍ଡେଇ ହେଲେ ଧନ-ସମ୍ପତ୍ତି ସମ୍ବନ୍ଧୀୟ ଶୁଭ ସମାଚାର ମିଳିପାରେ।

ଗୋଡ଼ କୁଣ୍ଡେଇ ହେବା: ଯଦି ଗୋଡ଼ରେ କୁଣ୍ଡେଇ ହେଉଛି, ତା’ହେଲେ ଯାତ୍ରା ଯୋଗ ଆଡ଼କୁ ଏହା ଈଶାରା କରିଥାଏ, ଯଦ୍ଦ୍ଵାରା, ଆପଣଙ୍କୁ କେଉଁଆଡ଼େ ବୁଲିଯିବାକୁ ମଉକା ମିଳିଯିବ।

Spread the love