ମୋଟାପଣକୁ ଦୂର କରିବା ପାଇଁ ଖାଲି ପେଟରେ ଶୁଅନ୍ତୁ ନାହିଁ, ହେବ ସାଂଘାତିିକ ସମସ୍ୟା

ଖରାପ ଖାଦ୍ୟ ଶୈଳୀ ପାଇଁ ପ୍ରାୟ ଲୋକ ମୋଟାପଣର ଶିକାର ହେଉଛନ୍ତି। ବିଜି ସେଡ୍ୟୁଲରେ ଏହି ସମସ୍ୟା ହେଲେ ଲୋକଙ୍କର ଚିନ୍ତା ଅଧିକ ବଢ଼ିଯାଉଛି। ଯେତେବେଳେ ଏହି ସମସ୍ୟା ଦେଖାଯାଏ ତେବେ କିଛି ଜଣ ଏଥିପାଇଁ ବିଭିନ୍ନ ପ୍ରକାରର ଟ୍ରିକ ଆପଣାନ୍ତି। କିଛି ଡାଏଟିଂ କରନ୍ତି ତ ଅନ୍ୟମାନେ ଜିମ୍‌ରେ କସରତ କରି ଝାଳ ବୁହାଇ ଚର୍ବି ଅଂଶକୁ କମାଇବାରେ ଲାଗିଯାନ୍ତି। ଅନ୍ୟମାନେ ମୋଟାପଣରୁ ମୁକ୍ତି ପାଇଁ ଖାଇବା ହିଁ ଛାଡିଦିଅନ୍ତି। ଯାହାର ଅତି ଖରାପ ପ୍ରଭାବ ଶରୀର ଉପରେ ସିଧାସଳଖ ପଡ଼ିଥାଏ ।

ଏମାନେ ଦିନରେ ଖାଇବା ପରେ ରାତିରେ ନ ଖାଇ ଖାଲି ପେଟରେ ଶୋଇଯାନ୍ତି। ଶୀଘ୍ର ପତଳା ହେବା ନିଶାରେ ସେମାନେ ଏପରି ଭୁଲ କରିଥାନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଓଜନ କମାଇବା ପାଇଁ ବ୍ରେକଫାଷ୍ଟ ଓ ଲଞ୍ଚ ଭଳି ଡିନର ମଧ୍ୟ ଖୁବ ମହତ୍ୱପୂର୍ଣ୍ଣ। କିନ୍ତୁ ମନେ ରଖିବେ ରାତି ସମୟରେ ଯେପରି କମ୍‌ ପରିମାଣରେ ଖାଇବେ। ଏବଂ ଡିନରରେ ହାଲକା ଓ ପୌଷ୍ଟିକ ଆହାର ଗ୍ରହଣ କରିବା ଉଚିତ। ଯାହା ହଜମ ହେବାରେ ସହଜ ହୋଇଥାଏ। ଏଥିରେ କ୍ୟାଲୋରୀ ମଧ୍ୟ କମ ଥାଏ।

ଡାଏଟ ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ପତଳା ହେବା ପାଇଁ ଭୁଲରେ ବି ମେନ ମିଲ୍ସକୁ ସ୍କିପ କରନ୍ତୁ ନାହିଁ। କାରଣ ଏହା କରିବା ଦ୍ୱାରା ଆପଣଙ୍କ ଶରୀରରେ କ୍ୟାଲୋରୀର ମାତ୍ରା ତ କମିଯାଏ। କିନ୍ତୁ ଏନର୍ଜି ଲେଭଲ ପୁରା କମିଯାଏ । ବ୍ୟକ୍ତି ଜଣକ ହାଲିଆ ହୋଇଯାଏ। ରାତିରେ ଶୋଇବାର ୩ଘଣ୍ଟା ପୂର୍ବରୁ ଡିନର କରିନେବା ଉଚିତ । କାରଣ ଶୋଇବା ଓ ଖାଇବା ମଧ୍ୟରେ ଠିକ ସମୟର ବ୍ୟବଧାନ ରହିବା ଆବଶ୍ୟକ। ତେଣୁ ଏହି ସମୟକୁ ସବୁବେଳେ ମେଣ୍ଟେନ କରନ୍ତୁ। ଏବେ ଜାଣି ନିଅନ୍ତୁ ରାତିରେ ଶୋଇବା ପୂର୍ବରୁ କଣ ଖାଇବା ଦରକାର:

-ସାବୁ ଦାନା
-ଦଲିଆ
-ସିମଲା
-ଗ୍ରୀନ ସାଲାଡ
-ଖେଚୁଡ଼ି
-ଚିକେନ ଟିକ୍କା
-ଭାତ-ଡାଲି

ଏବେ ଜାଣନ୍ତୁ ବିନା ଖାଦ୍ୟରେ ଖାଲି ପେଟରେ ଶୋଇବା ଦ୍ୱାରା କେଉଁ ସବୁ ସମସ୍ୟା ହୋଇଥାଏ।

– ନିଦ ଠିକ ସମୟରେ ନହେବା
-ଶରୀରରେ ଭିଟାମିନର ଅଭାବ ହେବା
-ଶରୀରରେ ମେଟାବୋଲିଜମ୍‌ ସ୍ଲୋ ହେବା

Spread the love