ହୃଦୟକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ କରନ୍ତୁ ଏହି ଯୋଗାସନ

ହୃତପିଣ୍ଡ ହେଉଛି ମଣିଷ ଶରୀରର ଏକ ଗୁରୁତ୍ୱପୁର୍ଣ୍ଣ ଅଙ୍ଗ । ଆଜିକାଲି ଠିକ୍‌ ଭାବରେ ନ ଖାଇବା, ଚିନ୍ତାଗ୍ରସ୍ତ ରହିବା ବା ପ୍ରଦୂଷଣ ପାଇଁ କିଛି ଲୋକଙ୍କ ମଧ୍ୟରେ କମ ବୟସରୁ ହୃଦ୍‌ଜନିତ ସମସ୍ୟା ଦେଖା ଯାଇଥାଏ । ଏହା ଅତି ଭୟଙ୍କର ହେବା ସହ ବେଳେ ବେଳେ ଏହାର ଚିକିତ୍ସା ନ ହୋଇପାରିବାରୁ ମଣିଷ ନିଜ ଜୀବନ ହରାଇଥାଏ । ଏହାକୁ ରୋକିବା ପାଇଁ ଆପଣ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ସହ ଯୋଗାସନ କରିବା ଆରମ୍ଭ କରନ୍ତୁ । ଆସନ୍ତୁ ଜାଣିବା ସୁସ୍ଥ ହୃଦୟ ପାଇଁ କେଉଁ ପ୍ରକାର ଯୋଗାସନ କରିବା ଦରକାର ।

୧.ସୂର୍ଯ୍ୟ ନମସ୍କାର : ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ହୋଇଥାଏ । ଯାହାଦ୍ୱାରା ହୃଦ୍‌ଜନିତ ସମସ୍ୟା ହେବାର ଆଶଙ୍କା କମ ହୋଇଥାଏ । ପ୍ରତିଦିନ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଶରୀରର ସବୁ ଅଙ୍ଗ ସୁସ୍ଥ ରହିବା ସହ ଅନେକ ଶାରୀରିକ ସମସ୍ୟା ଦୂରେଇ ଯାଇଥାଏ ।

୨.ପଶ୍ଚିମାସନ : ଏହି ଯୋଗାସନ କରିବା ଦ୍ୱାରା ଶରୀର ଚଳଚଞ୍ଚଳ ହେବା ସହ ସୁସ୍ଥ ରହିଥାଏ । ପ୍ରତିଦିନ ଏହି ଯୋଗାଭ୍ୟାସ କରିବା ପାଇଁ ତଳେ ବସି ଦୁଇ ଗୋଡ଼କୁ ଲମ୍ବାଇ ସିଧା ରଖନ୍ତୁ। ଏହା ପରେ ହାତକୁ ଉପରକୁ ଉଠାଇ ଧୀରେ ଧୀରେ ତଳକୁ ଆଣିବା ସହ ପାଦର ଅଙ୍ଗୁଠି ଉପରେ ରଖନ୍ତୁ । ପ୍ରତିଦିନ ଏପରି କରିବା ଦ୍ୱାରା ହୃଦ୍‌ଜନିତ ସମସ୍ୟାର ଆଶଙ୍କା ଅନେକାଂଶରେ କମ ହୋଇ ଯାଇଥାଏ ।

Spread the love