୯ ଜିଲ୍ଲାରେ ଖରା ସହ ଗୁଳୁଗୁଳି , ବିଜୁଳି ଘଡଘଡି ସହ ବର୍ଷା ନେଇ ୧୫ ଜିଲ୍ଲାକୁ ଚେତାବନୀ

ଉପକୂଳରେ ତାତି, ଦକ୍ଷିଣ-ପଶ୍ଚିମରେ କାଳବୈଶାଖୀ । ରାଜ୍ୟରେ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ସମ୍ଭାବନା । ହେଲେ ଉପକୂଳରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ୯ ଜିଲ୍ଲାରେ ଖରା ସହ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେପଟେ ଦକ୍ଷିଣ – ପଶ୍ଚିମ ଓଡିଶାର ୧୫ ଜିଲ୍ଲାରେ ବିଜୁଳି ସହ ଘଡଘଡି ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବଜ୍ରପାତ ଆଶଙ୍କା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ୨୫ ତାରିଖ ଯାଏ କାଳବୈଶାଖୀ ପାଇଁ ତାପମାତ୍ରା ନିୟନ୍ତ୍ରଣରେ ରହିବ ବୋଲି ଆକଳନ କରାଯାଉଛି । ତେବେ ୨୬ ତାରିଖରୁ ପାଗରେ ପୁଣି ଆସିବ ପରିବର୍ତ୍ତର୍ନ । ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳିଗୁଳିରେ ସନ୍ତୁଳି ହେବେ ରାଜ୍ୟବାସୀ । ୨୬ ତାରିଖରେ ହିଟ୍ ୱେଭ୍ ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ୧୪ ଜିଲ୍ଲାକୁ ଅରେଞ୍ଜ ଓ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Spread the love