ଆଉ ତିନି ଦିନ ଯାଏ ତାତିରୁ ମିଳିବନି ଆଶ୍ୱସ୍ତି

ରାଜ୍ୟରେ ଖରାର ପ୍ରକୋପ ଜାରି । ଦୁଇ ତିନି ଦିନ ଯାଏ ତାତିରୁ ମିଳିବନି ଆଶ୍ୱସ୍ତି । ବାୟୁମଣ୍ଡଳରେ ଆର୍ଦ୍ରତା ବଢିବା ଯୋଗୁଁ ପ୍ରବଳ ଗୁଳୁଗୁଳି ଆହୁରି ଅସ୍ତବ୍ୟସ୍ତ କରିଛି । କାଲି ପାଇଁ ୪ ଜିଲ୍ଲାକୁ ଜାରି ହୋଇଛି ହିଟ୍‌ୱେଭ ୱାର୍ଣ୍ଣିଂ । ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାରିପଦା । ସେଠାରେ ତାପମାତ୍ରା ରେକର୍ଡ ହୋଇଛି ୪୪. ୨ ଡିଗ୍ରୀ ସେଲ୍‌ସିୟସ । ୪୦ ଡିଗ୍ରୀ ଉପରେ ରହିଛି ୨୪ ସହରର ପାରଦ ।
ବୌଦ୍ଧ ଓ ନୂଆପଡ଼ାରେ ତାପମାତ୍ରା ୪୩.୫ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାରେ ୪୩.୪, ତାଳଚେର ଓ ସମ୍ବଲପୁରରେ ୪୩.୨, ଟିଟଲାଗଡ଼ ଓ ଅନୁଗୁଳରେ ୪୩.୧, ବଲାଙ୍ଗିରରେ ୪୩, ସୁନ୍ଦରଗଡ଼ରେ ୪୨.୮ ଏବଂ ଭବାନୀପାଟଣାରେ ୪୨.୬ ଡିଗ୍ରୀ ସେଲ୍‌ସିୟସ ରେକର୍ଡ ହୋଇଛି। ୩ଦିନ ପରେ ୨ରୁ ୩ ଡିଗ୍ରୀ କମିପାରେ ତାପମାତ୍ରା। କିଛି କିଛି ସ୍ଥାନରେ ବର୍ଷା ଗରମରୁ ଦେଇପାରେ ଆଶ୍ୱସ୍ତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲରେ ପାଠପଢ଼ା ସମୟ ପରିବର୍ତ୍ତନ କରିଛନ୍ତି ଜିଲ୍ଲାପାଳ । ସକାଳ ସାଢ଼େ ୬ଟାରୁ ୧୦ଟା ଯାଏ ଜିଲ୍ଲାରେ ପାଠପଢ଼ା ଚାଲିବ । .

Spread the love